www.samajalive.in
Monday, December 8, 2025
27.1 C
Bhubaneswar

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ବର : ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ ହୋଇଛି। ରାଜ୍ୟ ସରକାର ମୋଟ ୨୧ଜଣ ଆଇପିଏସ ଓ ୮ଜଣ ଓପିଏସ ଅଧିକାରୀଙ୍କୁ ଅଦଳବଦଳ କରିଛନ୍ତି। ସୁନିଲ ରାଏ ଗୁଇନ୍ଦା ବିଭାଗ ସ୍ପେଶାଲ ଡିଜି ଭାବେ ନିଯୁକ୍ତ ହୋଇଛନ୍ତି। ଓଏଚଆରସିର ନିର୍ଦେଶକ ଭାବେ ବିନୟାନନ୍ଦ ଝା ଦାୟିତ୍ବ ନେଇଛନ୍ତି। ସିଦ୍ଧାର୍ଥ ନରଭଣେ ଏଡିଜି ଏଚଆରପିସି ଭାବେ ଦାୟିତ୍ବ ହୋଇଛନ୍ତି। ମହେନ୍ଦ୍ର ପ୍ରତାପ ଜେଲ ବିଭାଗ ଏଡିଜି, ସଞ୍ଜୀବ ପଣ୍ଡା ଏଡିଜି ଆଇନ ଶୃଙ୍ଖଳା, ଅମିତାଭ ଠାକୁର ଏସଏପି ଆଇଜି, ଏସ୍‌.ସାଇନି ବିଜୁ ପଟ୍ଟନାୟକ ଏକାଡେମୀର ଆଇଜି ହୋଇଛନ୍ତି। ଏହାସହ ହିମାଂଶୁ ଲାଲ କୋରାପୁଟ ରେଞ୍ଜର ଡିଆଇଜି, ଯତୀନ୍ଦ୍ର କୋୟଲ ବ୍ରହ୍ମପୁର ରେଞ୍ଜର ଆଇଜି, ଆଶିଷ କୁମାର ସିଂହ ଗୁଇନ୍ଦା ବିଭାଗର ଡିଆଇଜି ସହିତ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବ ଦିଆଯାଇଛି। ସାର୍ଥକ ଷଡଙ୍ଗୀ ରାଉରକେଲା ଏସ୍‌ପି, ଉମାଶଙ୍କର ଦାଶ ପୁରୀ ଏସ୍‌ପି, ସାରା ଶର୍ମା ଗଜପତି ଏସ୍‌ପି, ଅନୁପମା ଜେମସ ଢେଙ୍କାନାଳ ଏସ୍‌ପି, ରାହୁଲ ପି.ଆର କ୍ରାଇମବ୍ରାଞ୍ଚ ଏସ୍‌ପି, ବିବେକାନନ୍ଦ ଶର୍ମା ଏଆଇଜି ପୁଲିସ ହେଉକ୍ବାର୍ଟର, ପଦ୍ମିନୀ ସାହୁ ଡିସିପି ହେଡକ୍ବାର୍ଟର, ରାହୁଲ ଜୈନ ଦେଓଗଡ ଏସ୍‌ପି, ଶର୍ଭଣା ବିବେକ ରାୟଗଡା ଏସ୍‌ପି, କୁଶାଲକର ନୀତିନ ଡୁଗୁଡୁ ନବରଙ୍ଗପୁର ଏସ୍‌ପି, ପ୍ରତ୍ୟୁଷ ଦିବାକର ଗଭର୍ଣ୍ଣରଙ୍କ ଏଡିସି, ମାଧବଚନ୍ଦ୍ର ସାହୁ ଏଆଇଜି ପର୍ସୋନେଲ, କେ.କେ ଡଙ୍ଗାୟତ କଟକ ରିଜର୍ଭ ଫୋର୍ସ ଏସ୍‌ପି, ଅମୂଲ୍ୟ କୁମାର ଦାସ ଖୋର୍ଦ୍ଧା ଏସ୍‌ପି, ଦୀପ୍ତିରଞ୍ଜନ ରାୟ କ୍ରାଇମବ୍ରାଞ୍ଚ ଏସ୍‌ପି, ସନ୍ତୋଷ କୁମାର ନାୟକ ଏସଆଇଡବ୍ଲୁ ଏସ୍‌ପି, ପ୍ରାଣଧନ ମହାପାତ୍ର ଡିଜିପି ପିଇବି ହେଡକ୍ବାର୍ଟର, ରାଧାବିନୋଦ ପାଣିଗ୍ରାହୀ କଟକ ଏସ୍‌ପି, ରବିନାରାୟଣ ବେହେରା ଡିଜିପି ପିଇବି ହେଡକ୍ବାର୍ଟରକୁ ଅଦଳବଦଳ ହୋଇଛନ୍ତି।

 

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories