www.samajalive.in
Monday, December 8, 2025
27.1 C
Bhubaneswar

ଦୋକାନ ଭିତରକୁ ପଶିଗଲା କାର, ବ୍ୟବସାୟୀ ଆହତ

ଝୁମ୍ପୁରା: ଝୁମ୍ପୁରା ବଜାରର ବସଷ୍ଟାଣ୍ଡ ନିକଟରେ ରହିଥିବା ଗ୍ରୋସରୀ ଦୋକାନ ଭିତରକୁ ଏକ କାର ଭାରସାମ୍ୟ ହରାଇ ପଶିଯିବାରୁ ବ୍ୟବସାୟୀ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ଝୁମ୍ପୁରାଠାରେ ରହୁଥିବା ସାହେବ ପରିଡା କାର ଯୋଗେ ଥାନା ଛକ ପଟୁ ଦୋଳ ପଡିଆ ଅଭିମୁଖେ ଦ୍ରୁତ ଗତିରେ ଯାଉଥିଲେ। ଗାଡିଟି ବସଷ୍ଟାଣ୍ଡ ନିକଟରେ ପହଞ୍ଚି ଥିଲା। କିନ୍ତୁ ଗାଡିଟିର ବେଗ ଅଧିକ ଥିବାରୁ ଭାରସାମ୍ୟ ହରାଇ ଗ୍ରୋସରୀ ଦୋକାନ ଭିତରକୁ ପଶି ଯାଇଥିଲା। କାରଟି ଦୋକାନରେ ବସିଥିବା ବ୍ୟବସାୟୀ ଭାରତୀ ବେହେରାଙ୍କୁ ଧକ୍କା ଦେଇଥିଲା। ଗାଡ଼ି ଧକ୍କାରେ ଭାରତୀ ଆହତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଲୋଲେ ଉଦ୍ଧାର କରି ଝୁମ୍ପୁରା ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିବା ଦେଖିବାକୁ ମିଳିଛି। ଏପଟେ ଗାଡି ଚାଳକ ଦୁର୍ଘଟଣା ପରେ ଚତୁରତାର ସହିତ ସେଠାକୁ ଖସି ପଳାଇ ଯିବାକୁ ସକ୍ଷମ ହୋଇଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories