www.samajalive.in
Tuesday, December 9, 2025
17.1 C
Bhubaneswar

କଳାକାରଙ୍କ ଆହ୍ୱାନ; ନରିଙ୍କୁ ନ ଡ଼ାକିଲେ ଯାତ୍ରା ଛାଡ଼ିଦେବୁ

ଭୁବନେଶ୍ୱର : ଅନେକ ବାଦ ବିବାଦ ପରେ ଏକାଠି ହୋଇଛନ୍ତି ଯାତ୍ରା କଳାକାର ସଂଘ। ମାଲିକ ସଂଘ ବିରୋଧରେ କଳାକାର ଗର୍ଜନ କରିଛନ୍ତି। ନରି ପଣ୍ଡାଙ୍କୁ ନ୍ୟାୟ ନମିଳିଲେ, ସମସ୍ତେ ଯାତ୍ରା ଛାଡି ଦେବୁ ବୋଲି କଳାକାର କହିଛନ୍ତି । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଅଭିନେତ୍ରୀ ନମିତା ସମ୍ପାଦକ ଭାବେ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଥିବା ବେଳେ ଆସନ୍ତା ଯାତ୍ରା ବର୍ଷ ପାଇଁ  ନିଶିକାନ୍ତ ଜେନା ଓରଫ ତାହିଆ ସଭାପତି ପାଇଁ ମନୋନୀତ ହୋଇଛନ୍ତି।

ମାଲିକ ଏବଂ ଲେଖକ ସଂଘ ପରେ ଏବେ ଯାତ୍ରା କଳାକାର ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ରୁଦ୍ଧ ଦ୍ଵାର ବୈଠକରେ ଏକାଧିକ ପ୍ରସଙ୍ଗରେ ଆଲୋଚନା ହୋଇଛି। ସଂଘ ସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଏବଂ ବରିଷ୍ଠ କଳାକାର ପ୍ରମୁଖ ବୈଠକରେ ଉପସ୍ଥିତ ରହିଛନ୍ତି। ସମସ୍ତ କଳାକାର ଏକ ହେବାକୁ ଆହ୍ବାନ ଦେଇ କହିଛନ୍ତି, ନରି ପଣ୍ଡାଙ୍କୁ ନ୍ୟାୟ ନ ମିଳିଲେ କେହି ଯାତ୍ରାରେ ଯୋଗ ଦେବୁ ନାହିଁ ।

ଦେଢ ବର୍ଷ ପରେ କେତୁ ଚଳନ: ଏହି ରାଶି ହେବେ ମାଲାମାଲ୍‌, ବଢିବ ଦରମା, କିଣିବେ ନୂଆ ଘର, ଗାଡି..

- Advertisement -

କିଛି ଦିନ ପୂର୍ବରୁ ଅଭିନେତା ନରି ପଣ୍ଡାଙ୍କୁ ବ୍ୟାନ୍ କରିଥିଲା ଯାତ୍ରା ମାଲିକ ସଂଘ। ନରି ପଣ୍ଡାଙ୍କୁ ମାଡ଼ ମରା ଘଟଣାରେ ଯାତ୍ରା ମାଲିକ ସଂଘ ଏହି ନିଷ୍ପତ୍ତି ନେଇଥିଲା। ଅନିର୍ଦ୍ଦିଷ୍ଟ କାଳ ପାଇଁ ନରି ପଣ୍ଡାଙ୍କୁ ବ୍ୟାନ୍‌ କରାଯାଇଥିବା ମାଲିକ ସଂଘର ସଭାପତି ଭାରତ ଭୂଷଣ ଦେଓ ସୂଚନା ଦେଇଥିଲେ । ନିକଟରେ ତୁଳସୀ ଗଣନାଟ୍ୟ ମାଲିକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ନରି। ମାଲିକ ତାଙ୍କୁ ମାଡ଼ ମାରିବାସହ ଗାଳି ଗୁଲଜ କରିଥିବା ଅଭିଯୋଗ କରିଥିଲେ ଅଭିନେତା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories