www.samajalive.in
Thursday, December 11, 2025
27.1 C
Bhubaneswar

ଡିଡିସିଏ ଅଧ୍ୟକ୍ଷଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର ତଥା ଡିଡିସିଏ ବରିଷ୍ଠ ଚୟନ କମିଟିର ଅଧ୍ୟକ୍ଷ ଅମିତ ଭଣ୍ଡାରୀଙ୍କୁ ଅଣ୍ଡର ୨୩ ଦଳର ଟ୍ରାଏଲ ସମୟରେ ସୋମବାର କେତେକ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି। ଭଣ୍ଡାରୀଙ୍କ ମୁଣ୍ଡ ଏବଂ କାନରେ ଆଘାତ ଲାଗିଛି। ତାଙ୍କୁ ସିଭିଲ ଲାଇନସ୍ଥିତ ସନ୍ତ ପରମାନନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ୍‍ ପହଞ୍ଚିବାବେଳକୁ ଆକ୍ରମଣକାରୀମାନେ ଫେରାର ହୋଇଯାଇଥିଲେ। ଦିଲ୍ଲୀ ଏବଂ ଜିଲା କ୍ରିକେଟ ସଂଘର ଅଧ୍ୟକ୍ଷ ରଜତ ଶର୍ମା ଆକ୍ରମଣକାରୀଙ୍କ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
ଦିଲ୍ଲୀର ସେଣ୍ଟ ଷ୍ଟିଫନ ପଡ଼ିଆର ମୋରି ଗେଟରେ ଅମିତ ଭଣ୍ଡାରୀଙ୍କ ଉପରେ ଆକ୍ରମଣ ହୋଇଥିଲା। ଭଣ୍ଡାରୀ ଏଠାରେ ଅଣ୍ଡର ୨୩ ଟି-୨୦ ଟୁର୍ଣ୍ଣାମେଣ୍ଟ ପାଇଁ ହେଉଥିବା ଟ୍ରାଏଲ ପାଇଁ ଆସିଥିଲେ। କୁହାଯାଉଛି ଯେ ଏହି ଟ୍ରାଏଲ ସମୟରେ ଜଣେ ଖେଳାଳିର ଚୟନ ହୋଇନଥିଲା। ଏଥିରେ ଅସନ୍ତୁଷ୍ଟ ଖେଳାଳି ଜଣକ ନିଜର ୪ରୁ ୫ ଜଣ ସାଙ୍ଗଙ୍କୁ ଡ଼ାକି ହକିଷ୍ଟିକ୍‍, ରଡ଼ ଏବଂ ବାଡ଼ି ନେଇ ଅମିତ ଭଣ୍ଡାରୀଙ୍କୁ ଆକ୍ରମଣ କରିଥିଲେ।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories