www.samajalive.in
Monday, December 8, 2025
27.1 C
Bhubaneswar

ଟ୍ରମ୍ପଙ୍କୁ ଚୀନର ପାଲଟା ଜବାବ: ଆମେରିକା ସାମଗ୍ରୀ ଉପରେ ଶୁଳ୍କ ୧୨୫%କୁ ବୃଦ୍ଧି

ନୂଆଦିଲ୍ଲୀ: ଆମେରିକା ପକ୍ଷରୁ ଚୀନ୍ ସାମଗ୍ରୀ ଉପରେ ୧୪୫% ଶୁଳ୍କ ଲଗାଇବା ପରେ ଏବେ ଚୀନ୍ ପାଲଟା ଜବାବ ଦେଇଛି। ଶୁକ୍ରବାର ଆମେରିକାରୁ ଆମଦାନୀ ଉପରେ ଅତିରିକ୍ତ ଶୁଳ୍କ ବଢାଇ ୧୨୫ ପ୍ରତିଶତ କରିଛି ଚୀନ୍।

ଚୀନର ବାଣିଜ୍ୟ ମନ୍ତ୍ରଣାଳୟ କହିଛି ଯେ, ଚୀନ ଆମଦାନୀ ହେଉଥିବା ଆମେରିକୀୟ ଉତ୍ପାଦ ଉପରେ ଅତିରିକ୍ତ ଶୁଳ୍କ ୧୨୫ ପ୍ରତିଶତକୁ ବୃଦ୍ଧି କରିଛି। ଏହା ପୂର୍ବରୁ ଆମେରିକୀୟ ଉତ୍ପାଦ ଉପରେ ୮୪ ପ୍ରତିଶତ ଶୁଳ୍କ ଘୋଷଣା କରିଥିଲା ଚୀନ୍। ବାଣିଜ୍ୟ ମନ୍ତ୍ରଣାଳୟ ଆହୁରି କହିଛି ଯେ, ଆମେରିକା ଶୁଳ୍କ ବୃଦ୍ଧି କରିବା ପରେ ଚୀନ୍ ବିଶ୍ୱ ବାଣିଜ୍ୟ ସଂଗଠନରେ ଏକ ମାମଲା ମଧ୍ୟ ଦାୟର କରିଛି। ଅନ୍ୟପକ୍ଷରେ ଆମେରିକାର ନୂତନ ବିଜ୍ଞପ୍ତି ଅନୁଯାୟୀ, ଚୀନ୍ ଉପରେ ମୋଟ ବାଣିଜ୍ୟ ଶୁଳ୍କ ୧୪୫ ପ୍ରତିଶତ ରହିଛି।

- Advertisement -

ଏହା ପୂର୍ବରୁ ଚୀନ୍ ପାଲଟା ଜବାବରେ ୮୪ ପ୍ରତିଶତ ଶୁଳ୍କ ଲାଗୁ କରିଥିଲା ​​ଏବଂ କିଛି ଆମେରିକୀୟ ଚଳଚ୍ଚିତ୍ର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲା ତଥା ସମସ୍ୟାର ସମାଧାନ ପାଇଁ ୱାଶିଂଟନ ସହିତ ଆଲୋଚନା କରିବାକୁ ଆଗ୍ରହ ପ୍ରକାଶ କରିଥିଲା। ଚୀନ୍ ହେଉଛି ଏକମାତ୍ର ଦେଶ, ଯିଏ ଟ୍ରମ୍ପଙ୍କ ଶୁଳ୍କ ବିରୋଧରେ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories