ବିଡିଓଙ୍କୁ ଦାବିପତ୍ର ପ୍ରଦାନ କଲା ତୁରେକେଲା ବ୍ଲକ ଜୀବିକା ମିଶନ ଇ.ସି. ସଂଘ

କଣ୍ଡାବାଞ୍ଜି : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଓଡିଶା ଜୀବିକା ମିଶନ ଇ.ସି. ସଂଘ ଦ୍ୱାରା ଗୁରୁବାର ଦିନ ଏକ ଦାବିପତ୍ର ତୁରେକେଲା ବ୍ଲକ ବିଡିଓ ପୂର୍ଣ୍ଣାନନ୍ଦ ପୁଟେଲଙ୍କୁ ପ୍ରଦାନ କରାଯାଇଛି । ଓଡିଶା ଜୀବିକା ମିଶନ ଇ.ସି. ସଂଘର ଆହ୍ୱାନକ୍ରମେ ରାଜ୍ୟସାରା ପ୍ରଦାନ କରାଯାଇଥିବା ବେଳେ ତୁରେକେଲା ଶାଖା ଦ୍ୱାରା ମଧ୍ୟ ପ୍ରଦାନ କରାଯାଇଛି । ଓଡିଶା ସରକାରଙ୍କ ଦ୍ୱାରା ଗତ ୨୭.୩.୨୦୨୫ ରୀଖର ଚିଠିର ନିର୍ଦ୍ଦେଶ କ୍ରମେ ପୁର୍ନଗଠନ ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗିତ ରଖିବା ସହିତ ଇ.ସି.ମାନଙ୍କୁ ଦିଆଯାଇଥିବା ସ୍କୁଟର ଋଣ ଉପରେ ବିଚାର କରି ତିନି ବର୍ଷ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରିବା ନେଇ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ତୁରେକେଲା ଇ.ସି. ସଂଘର ସଭାନେତ୍ରୀ ପରମେଶ୍ୱରୀ ଦଣ୍ଡସେନା, ପୂର୍ଣ୍ଣମୀ ମାଝି, ସାବିତ୍ରୀ ନିଆଲ, କିଶୋରୀ ମେହେର, ସାବିତ୍ରୀ ଛତ୍ରୀଆ, ଜମୁନା ମେହେର, ସ୍ୱାଙ୍ଗେ ନାଏକ ଓ ପ୍ରତିମା ପଣ୍ଡା ସାମିଲ ଥିଲେ ।

Comments are closed.