www.samajalive.in
Thursday, December 11, 2025
27.1 C
Bhubaneswar

ମନ୍ଦିର ପରିଚାଳନା ନେଇ ବିବାଦ, ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ବାଘଲଟି ଗାଁରେ ଗୁରୁବାର ଭୋର ସମୟରେ ଏକ ଫାର୍ମ ହାଉସ ପରିସରରେ ଶୋଇଥିବାବେଳେ ୧୦/୧୨ ଯୁବକ ସେଠାରେ ପହଞ୍ଚି ଠେଙ୍ଗାରେ ଆକ୍ରମଣ କରିଥିବାରୁ ୪ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ଦୁର୍ବୃତ୍ତମାନେ ଏକ କାରକୁ ଭଙ୍ଗାରୁଜା କରିଥିବା ଜଣାପଡିଛି। ଘଟଣା ପରଠାରୁ ଗାଁରେ ଗୋଟିଏ ସେକ୍ସନ ପୁଲିସ ଫୋର୍ସ ମୁତୟନ ରହିଥିବାବେଳେ ଗାଁରେ ଉତ୍ତେଜନା ଲାଗିରହିଥିବା ଜଣାପଡିଛି ‌। ଅନ୍ୟପଟେ ଆକ୍ରମଣରେ ଆହତ ହୋଇଥିବା ଯୁବକମାନେ ଗାଁର ଅନିଲ କୁମାର ଗୈାଡ(୩୨), ଜିତେନ୍ଦ୍ର ଗୈାଡ(୨୬),ଲିଲୁ ଗୈାଡ(୨୬) ଓ ଶ୍ରୀକାନ୍ତ ଗୈାଡ(୨୫) ବୋଲି ଜଣାପଡିଛି। ଅଭିଯୋଗ ଗତ ୭ ଦିନ ତଳେ ଅନୁଯାୟୀ ଗାଁରେ ଥିବା ଏକ ପୁରୁଣା ମନ୍ଦିରର ନବକଳେବର କରାଯିବା ସହ ଗାଁ ଉତ୍ସବ ମୁଖର ରହିଥିଲା । ଏହା ମଧ୍ୟରେ ବୁଧବାର ଉକ୍ତ ମନ୍ଦିରର‌ ପରିଚାଳନା ନିମନ୍ତେ କମିଟି ଗଠନ କରାଯିବାକୁ ନିଷ୍ପତ୍ତି ନିଆଯାଇ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କିଛି ଜଣ କମିଟିରେ ରହିବାକୁ ନେଇ ବାଦ ବିବାଦ ଦେଖା ଦେବା ସହ କଥା କଟାକଟି ହୋଇଥିଲା। ଯାହାକୁ ନେଇ ଗାଁରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ନେଇ ଗୁରୁବାର ଭୋର ୪ ଟା ବେଳେ ୧୦/୧୨ ଯୁବକ ହାତରେ ଠେଙ୍ଗା ଓ ମାରଣାସ୍ତ୍ର ଧରି ଗୋଟିଏ ଗୋଷ୍ଠୀର କିଛି ଯୁବକ ନିକଟରେ ଥିବା ଏକ ଫାର୍ମ ହାଉସ ଥିବାବେଳେ ସେଠାରେ ଅତର୍କିତ ଆକ୍ରମଣ କରିଥିଲେ। ଯାହାଫଳରେ ୪ ଯୁବକ ଆହତ ହୋଇଥିଲେ। ଘଟଣା ନେଇ ପୁଲିସକୁ ଅବଗତ କରାଯାଇଥିଲା। ଖବର ପାଇ ଗୋଳନ୍ଥରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହାତଙ୍କୁ ପ୍ରଥମେ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତରିତ କରିଥିଲା। ଆହତଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ୪ ଜଣଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।ଏହା ସହ ଆକ୍ରମଣ କାରୀମାନେ ଗାଁରେ ଥିବା ସାରଥୀ ପ୍ରସାଦ ଗୈାଡଙ୍କ କାରକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ଏହାକୁ ନେଇ ସାରଥୀଙ୍କ ପକ୍ଷରୁ ଘଟଣା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।

Hot this week

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

Related Articles

Popular Categories