www.samajalive.in
Monday, December 8, 2025
27.1 C
Bhubaneswar

୩ କୋଟି ଆତ୍ମସାତ କରି ପିଇଓ ଗିରଫ

ଭବାନୀପାଟଣା : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ପୋଡ଼ାପଦର ଏବଂ ତାଳନାଗି ପଂଚାୟତ ଅଧିକାରୀ ଦେବାନନ୍ଦ ସାଗରଙ୍କୁ ଅର୍ଥ ଆତ୍ମସାତ ଅଭିଯୋଗରେ ଆଜି ଭିଜିଲାନ୍ସ ଗିରଫ କରିଛି। ପ୍ରାୟ ୩ କୋଟି ୨୬ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗରେ ତାଙ୍କୁ ଗିରଫ କରି ଭିଜିଲାନ୍ସ ଆଜି କୋର୍ଟ ଚାଲାଣ କରିଥିବା ଜୟପୁର ଭିଜିଲାନ୍ସ ଏସପି ରବୀନ୍ଦ୍ର କୁମାର ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସୂଚନା ଅନୁଯାୟୀ ତଳନାଗି ପଂଚାୟତର ୧କୋଟି ୭୧ ଲକ୍ଷ ୮୬ ହଜାର ୩୪୨ ଟଙ୍କା ଏବଂ ପୋଡାପଦର ପଞ୍ଚାୟତର ୧କୋଟି ୫୫ ଲକ୍ଷ ୭୫୮ ଟଙ୍କା, ଏହିପରି ସର୍ବମୋଟ ପ୍ରାୟ ୩ କୋଟି ୨୬ ଲକ୍ଷ ରୁ ଅଧିକ ଟଙ୍କା ଶ୍ରୀ ସାଗର ହେରଫେର କରିଛନ୍ତି। ଏସମସ୍ତ ଟଙ୍କା ଷ୍ଟେଟ ବ୍ୟାଙ୍କର ଧର୍ମଗଡ ବଜାର ଶାଖାରେ ଥିବା ନିଜ ଜମା ଖାତାକୁ ଆଣି ସେଠାରୁ ଏକ ଆପ ମାଧ୍ୟମରେ କ୍ରିକେଟ ବ୍ୟାଟିଂ ଖେଳିଥିବା ଭିଜିଲାନ୍ସ ତଦନ୍ତ ବେଳେ ଜାଣିପାରିଛି। ମଇ, ୨୦୧୮ ମସିହା ରୁ ମାର୍ଚ୍ଚ, ୨୦୨୨ ମସିହା ମଧ୍ୟରେ ଏସମସ୍ତ ଟଙ୍କା ନିଜ ଜମାଖାତାକୁ ଆଣିଥିବା ତଦନ୍ତ ବେଳେ ଜଣାପଡିଛି।

- Advertisement -

ପୂର୍ବରୁ ଶ୍ରୀ ସାଗର ଥୁଆମୂଳ ରାମପୁର ବ୍ଲକ୍ ର ବଡ଼ଛତ୍ରଙ୍ଗ, ବିରିକୋଟ ଏବଂ ଲାଞ୍ଜିଗଡ ବ୍ଲକ୍ ର ପାହାଡପଦର୍ ପଂଚାୟତ ଦାୟିତ୍ୱରେ ଥିବାବେଳେ ପ୍ରାୟ ୧ କୋଟି ୪ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଧରାପଡିଥିଲେ। ସେହି ଦିନଠାରୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories