www.samajalive.in
Monday, December 8, 2025
20.1 C
Bhubaneswar

୮.୪୦ ଲକ୍ଷ ଟଙ୍କା ଜମି ଠକେଇ ମାମଲା: ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଭୁବନେଶ୍ବର ତହସିଲ୍‌ ଅଧୀନ ଘଙ୍ଗାପାଟଣା ମୌଜାରେ ୪,୦୦୦ ବର୍ଗଫୁଟ୍‌ର ଜମି ଯୋଗାଇ ଦେବା ଲାଗି ଜଣଙ୍କଠାରୁ ୮.୪୦ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗୁରୁବାର ଆସେଣ୍ଡ୍‌ କ୍ରିଏସନ୍‌ର ଏମ୍‌ଡି ଚନ୍ଦ୍ରଶେଖର ପତି(୫୧) ଏବଂ ନିର୍ଦେଶକ ନିରଞ୍ଜନ ପତି(୫୫)ଙ୍କୁ ଗିରଫ କରି କଟକସ୍ଥିତ ଓପିଆଇଡି କୋର୍ଟରେ ହାଜର କରିଛି।
ଲକ୍ଷ୍ମୀସାଗରର ତାରିଣୀ ରଞ୍ଜନ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗକୁ ଭିତ୍ତିକରି ହାଇକୋର୍ଟ ନିର୍ଦେଶ ଦେବା ପରେ ଇଓଡବ୍ଲ୍ୟୁ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା। ୨୦୧୨ରେ ତାରିଣୀ ଘଙ୍ଗାପାଟଣା ମୌଜାରେ ଜମି ପାଇବା ଲାଗି ଶ୍ରୀ ସାହୁ ଚନ୍ଦ୍ରଶେଖରଙ୍କୁ ୮.୪୦ ଲକ୍ଷ ଟଙ୍କା ଦେଇ ଏକ କବଲା କରିଥିଲେ। ଜମି ପଟ୍ଟା ପାଇଁ ଆବେଦନ କରିବା ବେଳେ ସେଭଳି କିଛି ଜମି ନ ଥିବା ଶ୍ରୀ ସାହୁ ଜାଣିବାକୁ ପାଇଥିଲେ। ଏନେଇ ସେ ଖୋଳତାଡ଼ କରିବା ବେଳେ ଜାଣିବାକୁ ପାଇଲେ ତାଙ୍କ ଭଳି ଅନେକ ଲୋକ ଠକାମିର ଶିକାର ହୋଇଛନ୍ତି। ଘଙ୍ଗାପାଟଣା ଏବଂ ପାଇକରାପୁର ମୌଜାରେ ଅନେକ ଲୋକଙ୍କୁ ଜମି ଦେବା ଲାଗି ଉକ୍ତ ସଂସ୍ଥା ଠକେଇ କରି କୋଟି କୋଟି ଟଙ୍କା ଠକେଇ କରିଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories