www.samajalive.in
Thursday, December 11, 2025
27.1 C
Bhubaneswar

ରାଧାଗୋବିନ୍ଦ ଦେବଙ୍କ ଚତୁର୍ଦଶୀ ମେଳନ ଓ ରାଜାଗ୍ନି ଉତ୍ସବ ବେଶ

ଆଠଗଡ: ଆଠଗଡ ଗଡଜାତ ଅଞ୍ଚଳରେ ରାଜତନ୍ତ୍ର ଅମଳରୁ ଦୋଳ ଯାତ୍ରା ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି। ଏଠାରେ ଫଗୁଦଶମୀ ଠାରୁ ବାରୁଣୀ ଯାତ୍ରା ଓ ସ୍ନାନ ପର୍ଯ୍ୟନ୍ତ ୧୭ ଦିନ ଧରି ଭିନ୍ନ ଭିନ୍ନ ଦିନରେ ବିଭିନ୍ନ ଗ୍ରାମାଞ୍ଚଳରେ ପୃଥକ ପୃଥକ ଭାବେ ଦୋଳ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଆଠଗଡ ସହରରେ ଦୋଳ ପୂର୍ଣିମାର ୫ ଦିନ ପରେ ପଞ୍ଚୁଦୋଳ ଏବଂ ତା ପରଦିନ ହୋଲି ଉତ୍ସବ ପାଳିତ ହୁଏ । ତେବେ ଦୋଳ ପୂର୍ଣିମାର ପୂର୍ବ ଦିନ ଏଠାରେ ଚତୁର୍ଦଶୀ ମେଳଣ ସହିତ ରାଜାଗ୍ନି ବା ମେଣ୍ଢାଘର ପୋଡି ଉତ୍ସବ ଅନୁଷ୍ଠିତ ହୋଇଥାଏ।

ଚଳିତ ବର୍ଷ ଗୁରୁବାର ଆଠଗଡର ଆରାଧ୍ୟ ଶ୍ରୀରାଧାଗୋବିନ୍ଦ ଦେବଙ୍କ ଚତୁର୍ଦଶୀ ମେଳନ ଓ ରାଜାଗ୍ନି ଉତ୍ସବ ବେଶ ଆଡ଼ମ୍ବରପୂର୍ଣ୍ଣ ଭାବେ ପାରମ୍ପରିକ ରୀତିନୀତି ଅନୁଯାଇ ଆୟୋଜିତ ହୋଇଯାଇଛି। ଚତୁର୍ଦଶୀ ମେଳଣ ପାଇଁ  ରାଧାଗୋବିନ୍ଦଙ୍କ ନିମନ୍ତ୍ରଣ ପାଇ ଆଠଗଡ ସହର ଓ ଆଖପାଖ ଗ୍ରାମାଞ୍ଚଳରୁ ରାଧାକୃଷ୍ଣଙ୍କ ଚଳନ୍ତି ପ୍ରତିମାକୁ ସୁସଜ୍ଜିତ ବିମାନରେ ଗୋପାଳ ଭାଇମାନେ କାନ୍ଧରେ ବୁହାଇ ଆଣି ଝୁଲଣ ପଡିଆରେ ଏକତ୍ରିତ ହୋଇଥିଲେ।

- Advertisement -

ରାଧାଗୋବିନ୍ଦଙ୍କ ସହିତ  ଅଟ୍ଟାଳି ଜଗନ୍ନାଥ, ରଘୁନାଥ,  ଲକ୍ଷ୍ମୀନୃସିଂହ,  ସ୍ବପ୍ନେଶ୍ବର, କାଶୀ ବିଶ୍ୱନାଥ,  ତ୍ରିନାଥେଶ୍ୱର,  ରାଧାରସିକ ଦେବ, କନ୍ତୋଲର  ମଦନମୋହନ,  ରାଧାଗୋବିନ୍ଦପୁରର  ରାଧାଗୋବିନ୍ଦ, ତରଡିଙ୍ଗର  ପତିତପାବନ, ପାଟ୍ଟଲିଙ୍ଗାର  ବାଙ୍କବିହାରୀ, ଯୋରନ୍ଦାର  ଗୋପୀନାଥ, ବେଣ୍ଟପଦାର  ବ୍ରଜବିହାରୀ ଦେବଙ୍କ ସମେତ ରାଜନଗର ଓ ପପର୍ଶୁରାମପୁର ଆଦି ଗ୍ରାମରୁ ରାଧାକୃଷ୍ଣଙ୍କ ପ୍ରତିମା ସୁସଜ୍ଜିତ ବିମାନରେ ଆସି ଏହି ରାଜଦୋଳରେ ସାମିଲ ହୋଇଥିଲେ।

ସନ୍ଧ୍ୟାରେ ଝୁଲଣ ପଡିଆରୁ ଏକ ଭବ୍ଯ ଶୋଭାଯାତ୍ରାରେ ବିମାନଗୁଡିକ ସହର ପରିକ୍ରମା କରି ଯଜ୍ଞ ନାରାୟଣ ମନ୍ଦିରରେ ପହଞ୍ଚିବା ପରେ ସେଠାରେ ରାଜଭୋଗ ଲାଗି ହୋଇଥିଲା । ସେଠାରୁ ପୁଣି ଶୋଭାଯାତ୍ରା ବାହାରି ଶାସନ ମଧ୍ଯ ଦେଇ ଗୋପବନ୍ଧୁ ଛକଠାରେ ପହଞ୍ଚିବା ପରେ ସେଠାରେ ପାରମ୍ପରିକ ରାଜାଗ୍ନି ବା ମେଣ୍ଢାଘର ପୋଡି ଉତ୍ସବ ସମ୍ପନ୍ନ ହୋଇଥିଲା। ଝୁଲଣ ପଡିଆରେ ଅସ୍ଥାୟୀ ଚାରମାଳ ଉପରେ ବିମାନରୂଢ ଦିଅଁ ମାନେ ରାତ୍ରି ବିଶ୍ରାମ ନେଇଥିଲେ।

ପରଦିନ ଦୋଳ ପୂର୍ଣିମା (ଶୁକ୍ରବାର) ସକାଳେ ସମସ୍ତ ୧୮ ଗୋଟି ବିମାନ ଶୋଭାଯାତ୍ରାରେ ଯାଇ ରାଜାଙ୍କର ଯଜ୍ଞ ନାରାୟଣ ମନ୍ଦିରରେ ପହଞ୍ଚିବା ପରେ ସେଠାରେ ରାଜଭୋଗ ଲାଗି ପରେ ବିମାନରୂଢ ଦଅଁ ଗୋପାଳ ଭାଇଙ୍କ କାନ୍ଧରେ ନିଜ ନିଜ ମନ୍ଦିରକୁ ଫେରିଥିଲେ । ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ଯ ନିର୍ବାହୀ ଅଧିକାରୀ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ଚତୁର୍ଦଶୀ ମେଳଣକୁ ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା ଓ କମିଟିର ସଦସ୍ୟ ପରିଚାଳନା କରିଥିଲେ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories