ପାଟଣା : ସାହାରପଡା ବ୍ଲକ ଅନ୍ତର୍ଗତ କପୁଣ୍ଡି ପଞ୍ଚାୟତ ଧାନବେଣୀଠାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନଙ୍କ ରହଣି ନିମନ୍ତେ ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ୧ଶହ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ନିର୍ମାଣ କରାଯାଇଛି । ମାତ୍ର ବହୁ ପୁରୁଣା ଛାତ୍ରୀ ନିବାସଟିର ମରାମତି ଆବଶ୍ୟକ ଥିବାରୁ ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ମରାମତି ନିମନ୍ତେ ଦଶ ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଛି । ନିର୍ବାଚନ ଯୋଗୁ କାମ ହୋଇ ପାରିନଥିଲା l ନିର୍ବାଚନ ସରିବାର ୯ ମାସ ବିତି ଯାଇଥିଲେ ମଧ୍ୟ କାମ ହେବାର ନାଁ ଧରୁ ନାହାନ୍ତି ବିଭାଗୀୟ ଅଧିକାରୀ । ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କୁ ପଚାରିବାରୁ ଶାସକ ଗୋଷ୍ଠୀର ଦୁଇ ଗୋଷ୍ଠୀଙ୍କ ବିବାଦ ଯୋଗୁ କାମ ହୋଇ ପାରୁନାହଁ ବୋଲି ଅଧିକାରୀ ଜଣଙ୍କ ପ୍ରକାଶ କରିଛନ୍ତି । ଯଥାଶୀଘ୍ର ସମସ୍ୟାର ସମାଧାନ କରାଯାଇ ଏହି ଛାତ୍ରୀ ନିବାସର ମରାମତି କରାଯିବାକୁ ଅଭିଭାବକ ମାନେ ଦାବି କରିଛନ୍ତି।
Popular Categories



