www.samajalive.in
Sunday, December 7, 2025
13.1 C
Bhubaneswar

ସାମ୍ବାଦିକଙ୍କ ପାଇଁ ସରକାର ଲଗାଇଲେ କଟକଣା, ପ୍ରତିବାଦରେ ଗାନ୍ଧୀମୂର୍ତ୍ତି ତଳେ ଧାରଣା

ଭୁବନେଶ୍ୱର: ଗତକାଲି ଘଟଣା ପରେ ବିଧାନସଭା ପ୍ରେସ ଗ୍ୟାଲେରିରେ ସାମ୍ବାଦିକଙ୍କୁ ମୋବାଇଲ ବ୍ୟବହାର ପାଇଁ ମନା କରାଯାଇଛି। ଗୃହରେ ଗତକାଲି ଘଟିଥିବା ଘଟଣାକୁ ସର୍ବସାଧାରଣରେ ପ୍ରକାଶ କରାଯାଇଥିବାରୁ ସାମ୍ବାଦିକମାନଙ୍କୁ ବିଧାନସଭା ପ୍ରେସ ଗ୍ୟାଲେରିରେ ମୋବାଇଲ ବ୍ୟବହାର ନେଇ ସରକାରଙ୍କ ପକ୍ଷରୁ ମୋବାଇଲ ବ୍ୟବହାର ପାଇଁ କଟକଣା ଲାଗୁ କରାଯାଇଛି। ଏହାର ପ୍ରତିବାଦରେ ସାମ୍ବାଦିକମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଛନ୍ତି। ଗତକାଲି ଗୃହରେ ଘଟିଥିବା ଅଭାବନନୀୟ ଘଟଣା ପାଇଁ ପ୍ରେସ ଗ୍ୟାଲେରିରେ ସାମ୍ବାଦିକମାନଙ୍କ ମୋବାଇଲ ବ୍ୟବହାରକୁ ବାରଣ କରାଯାଇଛି।

ଅପରପକ୍ଷରେ ସାମ୍ବାଦିକଙ୍କ ଉପରେ ଲାଗୁ କରାଯାଇଥିବା କଟକଣାକୁ ହଟାଇବା ପାଇଁ ବାଚସ୍ପତିଙ୍କ ନିକଟରେ ଓଡ଼ିଶା ସାମ୍ବାଦିକ ସଂଘ ଦାବି କରିଛି। ବିଧାନସଭାରେ ସାମ୍ବାଦିକମାନେ ମୋବାଇଲ ବ୍ୟବହାର ମନା ନିଷ୍ପତ୍ତି ବାଚସ୍ପତି ପୁନଃବିଚାର କରନ୍ତୁ ବୋଲି ସଂଘ ପକ୍ଷରୁ ପ୍ରକାଶ କରାଯାଇଛି।

- Advertisement -

ଏ ସମ୍ପର୍କରେ ଶାସକଦଳର ମୁଖ୍ୟସଚେତକ ଏବଂ ବିଧାୟକମାନେ ସାମ୍ବାଦିକମାନଙ୍କ ସହ ଆଲୋଚନା ପାଇଁ ପ୍ରସ୍ତାବ ରଖିଛନ୍ତି। ବିଧାନସଭାରେ ଆଲୋଚନା ପରେ ହିଁ ନିଷ୍ପତ୍ତି ନିଆଯିବ ବୋଲି ସେମାନେ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories