www.samajalive.in
Monday, December 8, 2025
17.1 C
Bhubaneswar

ଇସ୍ରାଏଲ ଯୁବତୀ ସମେତ ୨ଜଣଙ୍କୁ ଗଣଦୁଷ୍କର୍ମ, ଓଡ଼ିଆ ଯୁବକଙ୍କୁ ହତ୍ୟା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଇସ୍ରାଏଲ ଯୁବତୀ ସମେତ ୨ଜଣଙ୍କୁ ଗଣଦୁଷ୍କର୍ମ କରାଯାଇଛି। ସେହିପରି କର୍ଣ୍ଣାଟକରେ ଜଣେ ଓଡ଼ିଆ ଯୁବକଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଦୁଷ୍କର୍ମକାରୀ ଠେଲି ଦେବାରୁ କେନାଲରେ ପଡ଼ି ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଛି। ହାମ୍ପିର ୟୁନେସ୍କୋ ୱାର୍ଲ୍ଡ ହେରିଟେଜ୍‌‌ ସାଇଟ ନିକଟ ସାନପୁର ହ୍ରଦ କେନାଲରେ ପଡ଼ି ଓଡ଼ିଆ ଯୁବକ ବିବାସଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ନାମ ବିବାସ ବୋଲି ଜଣାପଡ଼ିଛି। ତେବେ ଅଳ୍ପକେ ଆମେରିକୀୟ ନାଗରିକ ଏବଂ ମରାଠି ଯୁବକ ବର୍ତ୍ତି ଯାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ହାମ୍ପିର ୟୁନେସ୍କୋ ୱାର୍ଲ୍ଡ ହେରିଟେଜ୍‌‌ ସାଇଟ ନିକଟ ସାନପୁର ହ୍ରଦ କୂଳକୁ ଓଡ଼ିଆ ଯୁବକଙ୍କ ସମେତ ୫ଜଣ ଯାଇଥିଲେ। ୫ଜଣ ଗୁରୁବାର ରାତି ସାଢ଼େ ୧୦ଟାରେ ସାନପୁର ହ୍ରଦ କୂଳରେ ବୁଲାବୁଲି କରୁଥିଲେ। ସାନପୁର ହ୍ରଦକୁ ୩ ଦୁର୍ବୃତ୍ତ ଆସି ପ୍ରଥମେ ପେଟ୍ରୋଲ ଏବଂ ପରେ ୧୦୦ଟଙ୍କା ମାଗିଥିଲେ। ୨ ବିଦେଶୀଙ୍କ ସହ ୫ଜଣ ମନା କରିବାରୁ ସେମାନେ ୩ ଯୁବକଙ୍କୁ ହ୍ରଦକୁ ଠେଲିଦେଇଥିଲେ। ସେମାନଙ୍କ ମଧ୍ୟରୁ ଓଡ଼ିଆ ଯୁବକ କେନାଲରେ ପଡ଼ିଯିବାରୁ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ୨ଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ। ଅପରପକ୍ଷରେ ୩ଜଣ ଯୁବକଙ୍କୁ ହ୍ରଦକୁ ଠେଲିଦେବା ପରେ ୩ଜଣ ଦୁର୍ବୃତ୍ତ ବିଦେଶିନୀ ସହ ଆଉ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

- Advertisement -

ଖବର ପାଇ ପୁଲିସ ଓ ସାଇଣ୍ଟିଫିକ୍‌‌ ଟିମ୍‌‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି। ହତ୍ୟା ଓ ଗଣଦୁଷ୍କର୍ମରେ ଲିପ୍ତ ବ୍ୟକ୍ତିକୁ ଗିରଫ ପାଇଁ ଉଦ୍ୟମ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories