ରେଙ୍ଗାଲି : ସମ୍ବଲପୁର ଜିଲ୍ଲାର ଠେଲକୋଲୋଇ ଥାନା ଅନ୍ତର୍ଗତ ଡେର୍ବା ଗ୍ରାମର ବାଳକୃଷ୍ଣ ରୋହିଦାସଙ୍କ ଘରେ ପୁଲିସ ଚଢଉ କରି ବେଆଇନ୍ ଭାବେ ରଖାଯାଇ ବିକ୍ରି କରାଯାଉଥିବା ୪୮ଲିଟର ବିଭିନ୍ନ ବ୍ରାଣ୍ଡ୍ ବିଲାତି ମଦ ଜବତ କରାଯାଇଛି। ମଦ ବିକ୍ରିରେ ନିୟୋଜିତ ସେଲ୍ସମ୍ୟାନ ସନ୍ତୋଷ ଦାସକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ବୁଲୁ ସ୍ବାଇଁ ସୂଚନା ଦେଇଛନ୍ତି । ଉଲ୍ଲେଖ ଯୋଗ୍ଯ ଯେ ବାଳକୃଷ୍ଣ ରୋହିଦାସ ୨୦୧୯ ବିଧାନସଭା ନିର୍ବାଚନରେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳର ପ୍ରାର୍ଥୀ ରୂପେ ପ୍ରତିଦ୍ବନ୍ଦିତା କରିଥିଲେ। ୨୦୨୪ ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ।
Popular Categories



