www.samajalive.in
Monday, December 8, 2025
20.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଜାପାନ-ଭାରତ ବ୍ୟବସାୟ ସହଯୋଗ କମିଟି ଅଧ୍ୟକ୍ଷ

ଡେସ୍କ: ଜାପାନ-ଭାରତ ବ୍ୟବସାୟ ସହଯୋଗ କମିଟିର ଅଧ୍ୟକ୍ଷ ତାତ୍ସୁଓ ୟାସୁନାଗାଙ୍କ ନେତୃତ୍ୱରେ ୧୭ ଜଣିଆ ଏକ ପ୍ରତିନିଧି ଦଳ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଏହି ପ୍ରତିନିଧି ଦଳରେ ଜାପାନର ଅଗ୍ରଣୀ କର୍ପୋରେଟ୍ ହାଉସ୍ ଉତ୍ପାଦନ, ବ୍ୟାଙ୍କିଙ୍ଗ୍, ଏୟାରଲାଇନ୍ସ, ଫାର୍ମା ସେକ୍ଟର, ପ୍ଲାଣ୍ଟ ଇଞ୍ଜିନିୟରିଂ ଏବଂ ଲଜିଷ୍ଟିକ୍ସର ବରିଷ୍ଠ ନେତାମାନେ ସାମିଲ ଥିଲେ। ଶ୍ରୀ ୟାସୁନାଗା ପ୍ରଧାନମନ୍ତ୍ରୀଙ୍କୁ ଜାପାନ-ଭାରତ ବ୍ୟବସାୟ ସହଯୋଗ କମିଟିର ଆଗାମୀ ୪୮ତମ ମିଳିତ ବୈଠକ ବିଷୟରେ ଅବଗତ କରାଇଥିଲେ, ଯାହା କି ଆସନ୍ତା ମାର୍ଚ୍ଚ ୬ ତାରିଖରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବ। ଭାରତରେ ଉଚ୍ଚମାନର, ସ୍ୱଳ୍ପ ମୂଲ୍ୟର ଉତ୍ପାଦନ, ଆଫ୍ରିକା ଉପରେ ବିଶେଷ ଧ୍ୟାନ ଦେଇ ବିଶ୍ୱ ବଜାର ପାଇଁ ଉତ୍ପାଦନର ସମ୍ପ୍ରସାରଣ ଏବଂ ମାନବ ସମ୍ବଳ ବିକାଶ ଏବଂ ବିନିମୟ ବୃଦ୍ଧି ସମେତ ପ୍ରମୁଖ କ୍ଷେତ୍ରଉପରେ ଆଲୋଚନା ହୋଇଥିଲା।

ବୈଠକରେ ପ୍ରଧାନମନ୍ତ୍ରୀ ଭାରତରେ ଜାପାନର ବ୍ୟବସାୟର ସମ୍ପ୍ରସାରଣ ଯୋଜନା ଏବଂ ‘ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ’ ପ୍ରତି ସେମାନଙ୍କର ଦୃଢ଼ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ଭାରତ-ଜାପାନ ଦ୍ୱିପାକ୍ଷିକ ସମ୍ପର୍କର ଏକ ପ୍ରମୁଖ ସ୍ତମ୍ଭ ଭାବେ ରହିଥିବା ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories