www.samajalive.in
Monday, December 8, 2025
27.1 C
Bhubaneswar

ସୁବର୍ଣ୍ଣ ଦେବୀ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ସିମୁଳିଆ : ବାଲିଖଣ୍ଡ ମିନିଷ୍ଟାଡିୟମରେ ସୁବର୍ଣ୍ଣ ଦେବୀ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ବାଲିଖଣ୍ଡ ସୁବର୍ଣ୍ଣ ଦେବୀ ଫୁଟବଲ କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଉଦଘାଟନୀ ମ୍ୟାଚରେ  ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ପୂର୍ବତନ ଜିଲ୍ଲାପରିଷଦ ଗଙ୍ଗାଧର ଜେନା,ଅଣ୍ଡରାଇ ସମିତି ସଭ୍ୟ ଉତ୍ତମ କୁମାର ମହାନ୍ତି, ସଭାପତି ଲଷ୍ମୀକାନ୍ତ ମିଶ୍ର, ସମ୍ପାଦକ ରଘୁନନ୍ଦନ ମିଶ୍ର, ଉପଦେଷ୍ଟା ଵିଜୟ ଦାସ,ଯୁବନେତା ନଟବର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

୧୯୮୫ମସିହାରୁ ଆରମ୍ଭ ହୋଇଥିବା ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ସାଇରାମ ମର୍ଣ୍ଣିଙ୍ଗି କଟକ ଓ ମିଶନ ଟାଇଗର ଫୁଟବଲ ଟିମ ବାଲେଶ୍ବର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ମିଶନ ଟାଇଗର ଫୁଟବଲ ଟିମ ୪-୨ଗୋଲରେ ବିଜୟୀ ଲାଭ କରିଥିଲା ।  ଏହି ମ୍ୟାଚକୁ ମାନସ ବିଶ୍ବାଳ ପରିଚାଳନା କରିଥିଲେ । ବାଲେଶ୍ବର ଟିମର ଖେଳାଳୀ ମନୋଜ କୁମାର ମାଝିକୁ ଉତ୍ତମ ଖେଳାଳି ଭାବେ ଅତିଥିଙ୍କ ଦ୍ଵାରା ପୁଷ୍ପଗୁଚ୍ଛ ଓ କପ ଦେଇ ସମ୍ମାନିତ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ସାତ ଦିନ ଧରି ଚାଲିବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories