www.samajalive.in
Monday, December 8, 2025
27.1 C
Bhubaneswar

ସୁଇସାଇଡ ନୋଟ ଲେଖି ଟ୍ରେନ ଆଗକୁ ଡେଇଁଲେ ଯୁବକ

ସମାଜ ଡିଜିଟାଲ ଡେସ୍କ: ସୁଇସାଇଡ ନୋଟ ଲେଖି ଟ୍ରେନ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ବାରଙ୍ଗ ଥାନା ଅନ୍ତର୍ଗତ ସାରଙ୍ଗେଇ ମନ୍ଦିର ନିକଟ ରେଳ ଟ୍ରାକରୁ ରେଲୱେ ପୁଲିସ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଜବତ କରିଛି। ମୃତକଙ୍କ ନାମ ଆଶିଷ ଜେନା ବୋଲି ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରୁ ଆଶିଷଙ୍କ ସ୍କୁଟି ଏବଂ ମୋବାଇଲ ଫୋନ ସହିତ ଏକ ଡାଏରୀ ଜବତ କରିଛି, ଯେଉଁଥିରେ ସେ ଆତ୍ମହତ୍ୟାର କାରଣ ଲେଖିଛନ୍ତି।

ନିଜ ମୃତ୍ୟୁ ପାଇଁ ଆଶିଷ ଦୁଇ ଜଣ ଯୁବକଙ୍କୁ ଦାୟୀ କରିଛନ୍ତି। ଯୁବକଦ୍ବୟଙ୍କ ନାମ ବ୍ରହ୍ମାନନ୍ଦ ମଙ୍ଗରାଜ ଓ ଦେବୁଦତ୍ତ ସ୍ବାଇଁ ବୋଲି ଆଶିଷ ଲେଖିଛନ୍ତି। ଉଭୟ ବ୍ରହ୍ମାନନ୍ଦ ଏବଂ ଦେବୁଦତ୍ତ ତାଙ୍କୁ ବାରମ୍ବାର ଧମକ ଏବଂ ନିର୍ଯାତନା ଦେଉଥିବା କାରଣରୁ ସେ ଆତ୍ମହତ୍ୟା କରିଥିବା ଆଶିଷ ଉଲ୍ଲେଖ କରିଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories