www.samajalive.in
Monday, December 8, 2025
27.1 C
Bhubaneswar

ଅନଶନରୁ ଓହରିଲେ ଅନ୍ନା ହଜାରେ

ମହାରାଷ୍ଟ୍ର : କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶୃତି ପରେ ସମାଜସେବି ତଥା ଅନ୍ନା ହଜାରେ ମଙ୍ଗଳବାର ଅନଶନ ପ୍ରତ୍ୟାହାର କରିଛନ୍ତି।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‍, କୃଷିମନ୍ତ୍ରୀ ରାଧାମୋହନ ସିଂହ, ଓ କେନ୍ଦ୍ରୀମନ୍ତ୍ରୀ ସୁବାଷ ଭାମେର ଅନ୍ନାଙ୍କୁ ଭେଟିଥିଲେ। ତାଙ୍କ ଦାବି ବିଚାର କରାଯିବ ଓ ପୂରଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିଜଙ୍କ କହିବା ଅନୁସାରେ ଆନ୍ନା ହଜାରେଙ୍କ ଦାବି ସକରାତ୍ମକ ଭାବରେ ବିଚାର କରାଯିବ। ଲୋକାୟୁକ୍ତ ନିଯୁକ୍ତି କରିବା ପରେ ଦେଶର ଲୋକମାନଙ୍କ ମଧ୍ୟରେ ଏକ ନୂଆ ଚିନ୍ତାଧାରା ସୃଷ୍ଟି ହେବ। ଯାହାଦ୍ୱାରା ଆଞ୍ଚଳିକ ସ୍ତରରେ ଦୁର୍ନୀତି ରୋକା ଯାଇପାରିବ। ସେ ଆହୁରି କହିଛନ୍ତି ଆମେ ଏକ ଲୋକପାଳ ସର୍ଚ୍ଚ କମିଟି ଫେବୃଆରୀ ୧୩ରୁ ବୈଠକ କରିବା ସହ ସୁପ୍ରିମକୋର୍ଟ ନିର୍ଦ୍ଦେଶର ପାଳନ କରାଯିବ। ଏହାବ୍ୟତୀତ ଏକ ସଂଯୁକ୍ତ କମିଟି ଗଠନ କରି ବିଲ ପ୍ରସ୍ତୁତ ପରେ ଆଗାମୀ ସେସନରେ ଆଗତ କରାଯିବ।
ସୂଚନାଯୋଗ୍ୟ ଯେ ଦୁଇ କେନ୍ଦ୍ରୀମନ୍ତ୍ରୀ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ସମୟ ଧରି ଆଲୋଚନା କରିବା ପରେ ଅନ୍ନା ହଜାରେ ଏହି ଅନଶନ ଭାଙ୍ଗିଥିଲେ। ସମାଜସେବୀ ଅନ୍ନା ହାଜାରେ କେନ୍ଦ୍ରରେ ଲୋକପାଳ ଓ ମହାରାଷ୍ଟ୍ରରେ ଲୋକାୟୁକ୍ତ ନିଯୁକ୍ତି କରିବା ପାଇଁ ଦାବି କରି ଆସୁଛନ୍ତି। ଲୋକପାଳ ଲାଗୁ କରାଯାଇଥିଲେ ରାଫେଲ ଘୋଟାଲା ହୋଇନଥାନ୍ତା ବୋଲି ଅନ୍ନା ହଜାରେ କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories