www.samajalive.in
Monday, December 8, 2025
27.1 C
Bhubaneswar

ଥରେ ଚାର୍ଜ କଲେ ୨୫୧ କିଲୋମିଟର ଯିବ ବଜାଜର ଏହି ନୂଆ ଇ-ଅଟୋ, ଦାମ୍ ମାତ୍ର…

ନୂଆଦିଲ୍ଲୀ : ଦେଶର ଇଲେକ୍ଟ୍ରିକ୍ ତିନି ଚକିଆକୁ ନେଇ କ୍ରାନ୍ତି ଆସିସାରିଛି । କିଛି ଛୋଟ ଛୋଟ ଷ୍ଟାର୍ଟଅପ୍ ସହିତ ଅନେକ ବଡ କମ୍ପାନୀ ମଧ୍ୟ ଏଥିରେ ସାମିଲ ହୋଇସାରିଛନ୍ତି । ଏବେ ଏହି ତାଲିକାରେ ବଜାଜର ନୂଆ ଗୋଗୋ ଇଲେକ୍ଟ୍ରିକ୍ ଥ୍ରି-ହ୍ବିଲର ନାଁ ଯୋଡିହୋଇସାରିଛି । କମ୍ପାନୀ ଭାରତୀୟ ବଜାରରେ ସବୁଠାରୁ ଅଧିକ ରେଞ୍ଜ ଦେଉଥିବା ଇଲେକ୍ଟ୍ରିକ୍ ଗୋଗୋ ଲଞ୍ଚ୍ କରିଛି । ଏହି ନୂଆ ବ୍ରାଣ୍ଡରେ ଯାତ୍ରୀବାହୀ ଓ କାର୍ଗୋ କ୍ଷେତ୍ରରେ ଭିନ୍ନ ଭିନ୍ନ ଇଲେକ୍ଟ୍ରିକ୍ ଅଟୋ ଆଗକୁ ଆଣିବା ପାଇଁ କମ୍ପାନୀ ଯୋଜନା ରଖିଛି ।

ପ୍ରାରମ୍ଭରେ ପି୪ପି୫୦୦୯ ଓ ପି୭୦୧୨ ମଡେଲ ବଜାରକୁ ଆଣିଛି କମ୍ପାନୀ । ଏଗୁଡିକର ଦାମ୍ ଯଥାକ୍ରମେ ୩,୨୬,୭୯୭ ଟଙ୍କା ଓ ୩,୮୩,୦୦୪   ଟଙ୍କା ରହିଛି । ସାରା ଦେଶରେ ବଜାଜ ଅଟୋ ଡିଲରସିପରେ ଏହାର ବୁକିଂ କରିପାରିବେ ଗ୍ରାହକ । ଏହାକୁ ଥର୍ ଚାର୍ଜ କଲେ ୨୪୮ କିଲୋମିଟର ଯାତ୍ରା କରିପାରିବ ବୋଲି କମ୍ପାନୀ ସୂଚନା ଦେଇଛି । ଏଲଇଡି ଲାଇଟ୍ସ, ଆଣ୍ଟି-ରୋଲ୍ ଡିଟେକ୍ସନ, ଅଟୋ ହାଡାର୍ଜର ସୁବିଧା ମିଳିବ । ଭାରତରେ ଇଲେକ୍ଟ୍ରିକ୍ ୩ ଚକିଆ ଯାନ କ୍ଷେତ୍ରରେ ଗତ ୩ ବର୍ଷରେ ୩୦ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ସରକାରଙ୍କ ଅନେକ ଯୋଜନା ଓ ଇ-ଗାଡିକୁ କମ୍ ଖର୍ଚ୍ଚରେ ଆଣିବାର ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇପାରିଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories