www.samajalive.in
Monday, December 8, 2025
17.1 C
Bhubaneswar

୧୩.୯ କୋଟିର କାମ୍ପା ଅର୍ଥରେ କିଣାଯାଇଛି ଆଇଫୋନ, ଫ୍ରିଜ, ଲାପଟପ୍‌

ସମାଜ ଡିଜିଟାଲ ଡେସ୍କ: କ୍ଷତିପୂରକ ବନୀକରଣ ପରିଚାଳନା ଏବଂ ଯୋଜନା କର୍ତ୍ତୃପକ୍ଷ(କାମ୍ପା) ପାଣ୍ଠି ଅର୍ଥରେ କିଣା ହୋଇ ଆଇଫୋନ, ଫ୍ରିଜ ଏବଂ ଲାପଟପ। ଲକ୍ଷେ କି ୨ ଲକ୍ଷ ନୁହେଁ, ସିଧାସଳଖ ୧୩ କୋଟି ୯୦ ଲକ୍ଷ ଟଙ୍କା ଏଭଳି ଅଯଥା ଖର୍ଚ୍ଚରେ ବିନିଯୋଗ କରାଯାଇଛି। ଏହି ଦୁର୍ନୀତିକୁ ଧରିଛନ୍ତି ସିଏଜି। ଉତ୍ତରାଖଣ୍ଡରେ ଜଙ୍ଗଲ ଜମିରେ ଉନ୍ନୟନମୂଳକ କାର୍ଯ୍ୟ କରାଯିବା ପରେ ତାହାର କ୍ଷତିଭରଣା କରିବା ଲାଗି ନୂତନ ବନୀକରଣ ଯୋଜନା ସକାଶେ କାମ୍ପା ପାଣ୍ଠିରୁ ଏହି ଅର୍ଥ ବିନିଯୋଗ ହେବାର ଥିଲା। କିନ୍ତୁ ତାହାକୁ ଅନ୍ୟବାଟରେ ବିନିଯୋଗ କରାଯାଇଥିବା ପ୍ରମାଣ ପାଇଛି ସିଏଜି। ୨୦୧୯ ଜୁଲାଇରୁ ୨୦୨୨ ନଭେମ୍ବର ମଧ୍ୟରେ ଉକ୍ତ ଅର୍ଥକୁ ଆଇଫୋନ, ଲାପଟପ, ଫ୍ରିଜ, କୁଲର ଏବଂ ଷ୍ଟେସନାରୀ ସାମଗ୍ରୀ କିଣାରେ ଖର୍ଚ୍ଚ କରାଯାଇଛି।

ଯେତେବେଳେ ଜଙ୍ଗଲ ଜମିକୁ ଅଣଜଙ୍ଗଲ କାର୍ଯ୍ୟରେ ଯେପରି କି ଶିଳ୍ପ ପ୍ରତିଷ୍ଠା ଏବଂ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣରେ ବ୍ୟବହାର କରାଯାଏ, ସେତେବେଳେ ସମାନ ପରିମାଣ ଜମିରେ ବନୀକରଣ ବ୍ୟବସ୍ଥା କରାଯାଇଥାଏ। ଏଥିପାଇଁ କାମ୍ପା ଜରିଆରେ ସରକାର ଅର୍ଥ ଯୋଗାଇ ଥାଆନ୍ତି। କିନ୍ତୁ ଉତ୍ତରାଖଣ୍ଡରେ ଏହି ଅର୍ଥ ବିନିଯୋଗରେ ଘୋର ଅନିୟମିତତା ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories