ସମାଜ ଡିଜିଟାଲ ଡେସ୍କ: ସମ୍ବଲପୁର ବିଶ୍ଵବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ୧୦ରୁ ୧୫ ଯୁବକ ଉକ୍ତ ଛାତ୍ରୀଙ୍କୁ ଆକ୍ରମଣ କରିବା ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଛାତ୍ରୀ ଜଣଭ୍କୁ ପ୍ରଥମେ ବୁଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ପରେ ତାଭ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଆକ୍ରମଣର କାରଣ ଜଣାପଡ଼ି ନାହିଁ।



