www.samajalive.in
Sunday, December 7, 2025
14.1 C
Bhubaneswar

କାନାଡାରେ ସଡ଼କ ଦୁର୍ଘଟଣା: ୩ ଭାରତୀୟ ମୃତ

ଟରୋଣ୍ଟୋ : କାନାଡାର ଅଣ୍ଟାରିଓ ପ୍ରଦେଶରେ ଏକ ସଡକ ଦୁର୍ଘଟଣାରେ ୩ ଜଣ ଭାରତୀୟ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ ଧାରା ପଟେଲ, ଋଷଭ ଲିମ୍ବାଛିୟା ଏବଂ ଦିଦାରଜିତ ସିଂହ। ଧାରା ଓ ଋଷଭ ଗୁଜରା ବାସିନ୍ଦା ହୋଇଥିବାବେଳେ ଦିଦାରଜିତଙ୍କ ଘର ପଞ୍ଜାବର ଅମୃତସରରେ ବୋଲି ଜଣାପଡିଛି। ଗତ ଶୁକ୍ରବାର କର୍ମସ୍ଥଳୀକୁ ଯାଉଥିବାବେଳେ ସେମାନଙ୍କର କାର୍‌ ସହ ଏକ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଅତ୍ୟନ୍ତ ପ୍ରତିକୂଳ ପାଣିପାଗ ଯୋଗୁଁ ଦୁର୍ଘଟଣା ଘଟିଥିବା ପୁଲିସ ପକ୍ଷରୁ କୁହାଯାଇଛି। ଫଳରେ ଉକ୍ତ ରାସ୍ତାରେ ୧୧ ଘଣ୍ଟା ଧରି ଯାତାୟାତ ବନ୍ଦ ହୋଇଯାଇଥିଲା। ମୃତଦେହ ଗୁଡ଼ିକୁ ଭାରତ ଫେରାଇ ଆଣିବା ନିମନ୍ତେ କାନାଡ଼ା ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଉଦ୍ୟମ କରାଯାଉଛି।

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories