www.samajalive.in
Tuesday, December 9, 2025
17.1 C
Bhubaneswar

ପ୍ରଧାନମନ୍ତ୍ରୀ ଜନ୍ମରୁ ଓବିସି ନୁହନ୍ତି: ରେବନ୍ତ ରେଡ୍ଡୀ

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାତିକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ମୋଦୀ ଜନ୍ମରୁ ଓବିସି ବା ଅନ୍ୟାନ୍ୟ ପଛୁଆବର୍ଗର ନୁହନ୍ତି ବୋଲି କହିଛନ୍ତି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ। ରେବନ୍ତଙ୍କ ଏହି ମନ୍ତବ୍ୟକୁ ନେଇ ବିବାଦ ଆରମ୍ଭ ହୋଇଛି। ବିଜେପି ତାଙ୍କୁ କଡ଼ା ସମାଲୋଚନା କରିବା ସହିତ ବିନା ତଥ୍ୟରେ ଜଣେ ମୁଖ୍ୟମନ୍ତ୍ରୀ କିପରି ଏଭଳି ଦାୟିତ୍ଵହୀନ ମନ୍ତବ୍ୟ ଦେଇପାରୁଛନ୍ତି ବୋଲି ପ୍ରଶ୍ନ କରିଛି।

ତେଲଙ୍ଗାନାରେ ଜାତିଭିତ୍ତିକ ସର୍ବେକ୍ଷଣକୁ ନେଇ ବିଜେପି ବିଭିନ୍ନ ଅଭିଯୋଗ ଆଣିବା ପରେ ରେବନ୍ତ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଏପରି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ମାନସିକ ସ୍ତରରେ ପଛୁଆବର୍ଗ(ଓବିସି) ବିରୋଧୀ। ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ସେ ଉଚ୍ଚ ଜାତି ବର୍ଗରେ ଥିଲେ। ଏହା ପରେ ବିଜେପି ନେତାମାନେ ସାମାଜିକ ଗଣମାଧ୍ୟମରେ ଅନେକ ପୋଷ୍ଟ କରି ରେବନ୍ତଙ୍କୁ ଘେରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜି. କିସନ ରେଡ୍ଡୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ତଥ୍ୟ ଆଧାରିତ ମନ୍ତବ୍ୟ ଦେବା ଉଚିତ। ବିଜେପି ପକ୍ଷରୁ ମଧ୍ୟ ରେବନ୍ତଙ୍କ ମନ୍ତବ୍ୟକୁ ଦୃଢ଼ ଭାବେ ବିରୋଧ କରାଯାଇଛି। ଦଳୀୟ ନେତା ଏନ. ରାମଚନ୍ଦର ରାଓ ରେବନ୍ତଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି। ବିଜେପି ଓବିସି ମୋର୍ଚ୍ଚା ଜାତୀୟ ସଭାପତି କେ. ଲକ୍ଷ୍ମଣ ଏହି ମନ୍ତବ୍ୟକୁ ମିଥ୍ୟା ବୋଲି କହିଛନ୍ତି। ୧୯୯୪ରେ କଂଗ୍ରେସ ସରକାର ସମୟରେ  ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜାତି ଓବିସି ବୋଲି ତାଲିକାଭୁକ୍ତ ହୋଇଥିବା ସେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories