www.samajalive.in
Tuesday, December 9, 2025
23.1 C
Bhubaneswar

ଫଟୋକୁ ଅଶ୍ଳୀଳ କରି ଭାଇରାଲ କଲେ ଲୋନ ଆପ୍‌ ଏଜେଣ୍ଟ, ଜୀବନ ହାରିଲେ ଶିକ୍ଷକ

ସମାଜ ଡିଜିଟାଲ ଡେସ୍କ: ଠିକ ସମୟରେ ଟଙ୍କା ପରିଶୋଧ କରି ନ ପାରିବାରୁ ଜଣେ ଶିକ୍ଷକଙ୍କ ଫଟୋକୁ ଅଶ୍ଳୀଳ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କଲେ ଲୋନ୍‌ ଆପ୍‌ ଏଜେଣ୍ଟ। ଫଳରେ ଲଜ୍ଜିତ ହୋଇ ଶିକ୍ଷକ ଜଣକ ଜୀବନ ହାରିଛନ୍ତି। ଅଟଳ ସେତୁରୁ ଡେଇଁ ସେ ଆତ୍ମହତ୍ୟା କରିଛନ୍ତି। ନଭି ମୁମ୍ବଇର ଉଲଓ୍ବେ ଥାନା ଅନ୍ତର୍ଗତ ଆଲିବାଗରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ଗାଁ ଲୋକଙ୍କଠାରୁ ନେଇଥିବା କରଜ ସୁଝିବା ପାଇଁ ୫୦ ବର୍ଷୀୟ ଶିକ୍ଷକ ଜଣକ ଏକ ଇନଷ୍ଟାଣ୍ଟ ଲୋନ୍‌ ଆପରୁ କିଛି ଋଣ କରିଥିଲେ। ନିୟମିତ ଟଙ୍କା ପରିଶୋଧ କରିଚାଲିଥିଲେ। କିନ୍ତୁ ବକେୟା ରହିଯାଇଥିବା ୧୨ ହଜାର ଟଙ୍କାକୁ ସେ ଠିକ ସମୟରେ ଦେଇପାରି ନ ଥିଲେ। ଏହା ପରେ ଲୋନ୍‌ ଆପ ଏଜେଣ୍ଟମାନେ ତାଙ୍କୁ ବିଭିନ୍ନ ବାଟରେ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ। ଶେଷରେ ସେମାନେ ଶିକ୍ଷକଙ୍କ ଫଟୋକୁ ଅଶ୍ଳୀଳ ଫଟୋ ସହିତ ଯୋଡ଼ି ତାହାକୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଶେୟାର କରି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିଲେ। ଏସବୁରେ ଲଜ୍ଜିତ ହୋଇ ଶିକ୍ଷକ ଜଣକ ଅଟଳ ସେତୁ ଉପରୁ ଡେଇଁ ନିଜ ଜୀବନ ହାରିଥିବା ଉଲଓ୍ବେ ଥାନା ଇନ୍ସପେକ୍ଟର ଅର୍ଜୁନ ରାଜାନେ କହିଛନ୍ତି। ତେବେ ଆତ୍ମହତ୍ୟା ସମୟର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories