www.samajalive.in
Tuesday, December 9, 2025
16.1 C
Bhubaneswar

ଖଣି ଦୁର୍ନୀତି ଜରିମାନା ଦାଖଲ ମାମଲା: ହାଜର ହେଲେ ୬ ଲିଜ୍‍ଧାରୀ

କେନ୍ଦୁଝରଗଡ/କେନ୍ଦୁଝର: ଜିଲାରେ ହୋଇଥବା ବହୁଚର୍ଚ୍ଚିତ ଖଣି ମହାଦୁର୍ନୀତିର ଜରିମାନା ଦାଖଲ କରି ନଥିବା ୩୧ଟି ଖଣିର ୨୩ଲିଜ୍‍ଧାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ମାମଲାରେ ଶନିବାର ନୋଟିସ୍‍ ହୋଇଥିବା ସମସ୍ତ ୮ଜଣ ଲିଜ୍‍ଧାରୀଙ୍କ ମଧ୍ୟରୁ ୬ଜଣ ଜିଲାପାଳଙ୍କ କୋର୍ଟରେ ହାଜର ହୋଇ ନିଜର ପକ୍ଷ ରଖିଥିବା ବେଳେ ୨ଜଣ ଲିଜ୍‍ଧାରୀ ଅନୁପସ୍ଥିତ ଥିବା ଜଣାପଡିଛି।
ନାରାୟଣୀ ସନ୍ସର ୨ଟି କମ୍ପାନୀ, ମାଲା ରାୟ, ଏସ.ସି ପାଢୀ, ଫେକର ଓ ଏସ.ଏନ ଦାସମହାପାତ୍ର ଲିଜଧାରୀଙ୍କ ପ୍ରତିନିଧି ଶନିବାର ଜିଲାପାଳଙ୍କ କୋର୍ଟରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ। ଏସ.ସି.ପାଢୀ କମ୍ପାନୀ ପ୍ରତିନିଧି କୋର୍ଟରେ ହାଜର ହୋଇ ନିଜର ପକ୍ଷ ରଖିବା ସହ ଜାନୁୟାରୀ ୩ରେ ଜରିମାନା ବାବଦ ୧୦ଲକ୍ଷ ଟଙ୍କା ଦାଖଲ କରିଥିବା ଜଣାପଡିଛି।
ତେବେ ନୋଟିସ ହୋଇଥିବା ଲିଜଧାରୀ ସାରଦା ମାଇନ୍ସ ଓ ଅର୍ଜୁନ ଲୋଧା କମ୍ପାନୀର କେହି ଉପସ୍ଥିତ ନଥିବା ଜଣାପଡିଛି। ଜିଲାପାଳ ମୁଖ୍ୟାଳୟରେ ଅନୁପସ୍ଥିତ ଥିବାରୁ ଶନିବାର କୋର୍ଟ କାର୍ଯ୍ୟ ହୋଇପାରି ନଥିବା ବେଳେ ପରବର୍ତ୍ତୀ ସମୟରେ ଏହାର ଶୁଣାଣୀ ହେବ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ ଯେ, ଯୋଡା ଖଣିକ୍ଷେତ୍ର ଅଧିନ ୨୮ଟି ଖଣିର ୨୦ଜଣ ଲିଜ୍‍ଧାରୀ ୫୬୪୩କୋଟି ୭୧ଲକ୍ଷ ୯୯ହଜାର ୩୦ଟଙ୍କା ଜରିମାନା ଓ ୩୯୮କୋଟି ୨୬ଲକ୍ଷ ୪୦ହଜାର ୩୭୨ଟଙ୍କା ସୁଧକୁ ମିଶାଇ ମୋଟ୬୦୪୧କୋଟି ୯୮ଲକ୍ଷ ୩୯ହଜାର ୪୦୨ଟଙ୍କା ଏବଂ କେନ୍ଦୁଝର ଖଣିକ୍ଷେତ୍ର ଅଧିନ ୩ଟି ଖଣିର ୩ଜଣ ଖଣି ଲିଜ୍‍ଧାରୀଙ୍କ ଠାରୁ ଜରିମାନା ଓ ସୁଧ ଅର୍ଥ ମିଶାଇ ମୋଟ ୩୦୮ କୋଟି ୩୬ଲକ୍ଷ ୧୯ହଜାର ୫୪୦ଟଙ୍କା ଆଦାୟ ନେଇ ସମ୍ପୃକ୍ତ ଖଣି ଲିଜ୍‍ଧାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି କାହିଁକି କରାଯିବ ନାହିଁ ସେ ନେଇ ଓପିଡିଆର ଆକ୍ଟ-୧୯୬୨ ଅନୁଯାୟୀ ଜିଲାପାଳଙ୍କ କୋର୍ଟ ପକ୍ଷରୁ ନୋଟିସ୍‍ କରାଯାଇ ମାମଲାର ଶୁଣାଣୀ ପ୍ରକ୍ରିୟା ଜାରି ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories