www.samajalive.in
Monday, December 8, 2025
27.1 C
Bhubaneswar

ଜାତୀୟ ଖୋ ଖୋ ଖେଳାଳିଙ୍କୁ ସମ୍ବର୍ଦ୍ଧନା

ଆଠଗଡ଼: ଆଠଗଡ଼ ଖୋଖୋ ଆସୋସିଏସନ୍ ପକ୍ଷରୁ ଶୁକ୍ରବାର ଦୁଇ ଜଣ ଜାତୀୟ ଖୋଖୋ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଠଗଡ଼ ଖୋଖୋ ଆସୋସିଏସନ ସଭାପତି ଲକ୍ଷ୍ମୀ ନାରାୟଣ ଭଞ୍ଜ ଜାତୀୟସ୍ତରୀୟ ଖୋଖୋ ପ୍ରତିଯୋଗିତାରେ ଓଡିଶା ଦଳ ତରଫରୁ ପ୍ରତିନିଧିତ୍ୱ କରି ରୌପ୍ୟ ପଦକ ପାଇଥିବା ଆଠଗଡ଼ର ଟି. ଜଗନ୍ନାଥ ଦାସ ଓ ଟି. ବଳରାମ ଦାସଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଆଠଗଡ଼ରେ କ୍ରୀଡାର ଉନ୍ନତି ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମିର ଅଭାବ ଭିତରେ ଆସୋସିଏସନ ପକ୍ଷରୁ ଖୋ ଖୋ କ୍ରୀଡାର ଉନ୍ନତି ପାଇଁ ଯଥାସମ୍ଭବ ଚେଷ୍ଟା କରାଯାଇଛି। ଫଳସ୍ବରୂପ ଟି ଜଗନ୍ନାଥ ଦାସ ଭାରତୀୟ ରେଳ ବିଭାଗ ପକ୍ଷରୁ ଖୋଖୋ ଖେଳାଳି ଭାବରେ ମନୋନୀତ ହୋଇଥିବା ଜଣାପଡିଛି। ଅତ୍ୟନ୍ତ ଗରିବ ପରିବାରରୁ ଆସି ଏହି ଦୁଇ ଜଣ ନିଜର କ୍ରୀଡା ପ୍ରତିଭାକୁ ପ୍ରମାଣିତ କରି ଅନ୍ୟ ଖେଳାଳିମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ଅଵସରରେ ଆଠଗଡ଼ର ଅନ୍ୟ ଦୁଇଜଣ ଖୋ ଖୋ ଖେଳାଳି ବବୁଲ ବେହେରା ଏବଂ ବିଗିନି ସ୍ବାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗତ ୨୦୨୨/୨୩ ଏବଂ ୨୩/୨୪ ପାଇଁ ପ୍ରତିନିଧିତ୍ଵ କରିଥିବାରୁ ସେମାନଙ୍କୁ ମଧ୍ୟ ଆସୋସିଏସନ ପକ୍ଷରୁ ସମ୍ମାନିତ କରାଯାଇଥିଲା। ତେବେ ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟର ଖେଳ ପଡ଼ିଆରେ ଅଭ୍ୟାସ କରୁଥିବା ଏହି ଖେଳାଳିମାନଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲୋକନାଥ ସାହୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗର ହାତ ବଢାଇଥିବାବେଳେ ବାରମ୍ବାର ଅନୁରୋଧ ପରେ ମଧ୍ୟ ଆଠଗଡ଼ ଏନଏସି ପକ୍ଷରୁ ପଡ଼ିଆରେ ଆଲୋକୀକରଣ ହୋଇପାରୁ ନ ଥିବାରୁ ଆସୋସିଏସନ୍ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମରେ ଆଠଗଡ଼ ଆଥଲେଟିକ ଆସୋସିଏସନ ସମ୍ପାଦକ ସୋମନାଥ ଭକ୍ତା,  ଆଠଗଡ଼ ଖୋଖୋ ଆସୋସିଏସନ ଉପସଭାପତି ବିକ୍ରମ ରାୟସାମନ୍ତ ଓ ମନୋରଞ୍ଜନ ଦାସ ପ୍ରମୁଖ ଯୋଗଦେଇଥିଲେ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories