www.samajalive.in
Monday, December 8, 2025
27.1 C
Bhubaneswar

ଜଳାଶୟ ପାଲଟିଛି ଅରମା ଜଙ୍ଗଲ; ପୁନରୁଦ୍ଧାର ପାଇଁ ଗ୍ରାମବାସୀଙ୍କ ଦାବି

ରେଙ୍ଗାଲି: ସରକାର ପାରମ୍ପାରିକ ଜଳ ଉତ୍ସର ପୁନରୁଦ୍ଧାର ସହିତ ଜଳ ସମ୍ପଦର ବିକାଶ ଏବଂ ଜମିକୁ ଜଳ ଯୋଗାଣ ପାଇଁ ଯୋଜନା କାର୍ଯ୍ୟକାରି କରୁଛନ୍ତି। ପାରମ୍ପାରିକ ଜଳ ଉତ୍ସ ଗୁଡିକର ପୁନଃରୁଦ୍ଧାର ପାଇଁ ଅଗ୍ରାଧିକାର ଦିଆଯାଉଛି ବୋଲି କହୁଛନ୍ତି। କାଗଜ କଳମରେ ସବୁ ଚକାଚକ୍ ବୋଲି ବିଜ୍ଞାପନରେ ଉଲ୍ଲେଖ କରାଯାଉଛି। ତେବେ ବିଜ୍ଞାପନର ଚିତ୍ର ଏବଂ ବାସ୍ତବିକତା ମଧ୍ୟରେ ଆକାଶ ପାତାଳ ଫରକ୍ ଦେଖିବାକୁ ମିଳୁଛି।

ରେଙ୍ଗାଲି ବ୍ଳକ ତବଡାବାହାଲ ପଞ୍ଚାୟତର ଆଦିାବାସୀ ଅଧ୍ୟୁଷିତ ଗାଁ ଭୁଏମୁଣ୍ଡା ଗ୍ରାମରେ ପ୍ରାୟ ୫ଏକର ପରିମିତ ଏକ କଟା(ବଡ଼ ଜଳାଶୟ) ରହିଛି। ପ୍ରାୟ ୩୦ ବର୍ଷ ହେଲା ମୃତ୍ତିକା ଖନନ, ପଙ୍କୋଦ୍ଧାର କିମ୍ବା ପୁନରୁଦ୍ଧାର କରାଯାଇ ନଥିବାରୁ ଏହି କଟା(ବଡ଼ ଜଳାଶୟ) ପୋତି ହେବାକୁ ବସିଲାଣି।  ଏବେ ଏହି କଟା(ବଡ଼ ଜଳାଶୟ)ରେ ଅନାବନା ଘାସବୁଦା ଏବଂ ଗଛଲତା ଉଠି ଅରମା ଜଙ୍ଗଲରେ ପରିଣତ ହୋଇଛି। ଏହି କଟା(ବଡ଼ ଜଳାଶୟ)ରେ ଏକଦା ପଞ୍ଚାୟତ ତରଫରୁ ମାଛ ଚାଷ କରାଯାଇ ରାଜସ୍ୱ ଆଦାୟ ହେଉଥିଲା। ଲୋକେ ମରୁଡି ସମୟରେ ପାଣି ଉଠାଇ ଫସଲକୁ ମରୁଡି ଦାଉରୁ ରକ୍ଷା କରିବା ସହିତ ରବି ଚାଷ ବି କରୁଥିଲେ। ବର୍ତ୍ତମାନ ରକ୍ଷଣାବେକ୍ଷଣ ଅଭାବରୁ ଏହା ବ୍ୟବହାର ଉପଯୋଗୀ ହୋଇପାରୁନାହିଁ।

- Advertisement -

ଏହି ଅଞ୍ଚଳ ଜନ ପ୍ରତିନିଧିଙ୍କ ସମେତ ଜିଲାଓ ବ୍ଳକ୍ ପ୍ରଶାସନ ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ଭୁଏମୁଣ୍ଡା ଜନ ସଧାରଣଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି କଟାର ପୁନରୁଦ୍ଧାର କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories