www.samajalive.in
Monday, December 8, 2025
20.1 C
Bhubaneswar

ଆମେରିକାଠୁ ୭୩,୦୦୦ ସିଗ୍‍ ସାୱାର ରାଇଫଲ କିଣିବ ଭାରତ, ପ୍ରତିରକ୍ଷା ମନ୍ତ୍ରାଳୟର ମଞ୍ଜୁରୀ

ନୂଆଦିଲ୍ଲୀ : ଚୀନ ଏବଂ ପାକିସ୍ତାନ ସୀମାରେ ମୁତୟନ ଭାରତୀୟ ସେନା ଯବାନଙ୍କୁ ଖୁବ୍‍ ଶୀଘ୍ର ଆମେରିକାରେ ନିର୍ମିତ ଅତ୍ୟାଧୁନିକ ସିଗ୍‍ ସାୱାର ରାଇଫଲ ଦିଆଯିବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଶନିବାର ପ୍ରତିରକ୍ଷା ମନ୍ତ୍ରାଳୟ ଏହି ରାଇଫଲ କିଣିବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି। ଏହି ପ୍ରସ୍ତାବ ଦୀର୍ଘ ଦିନ ହେବ ଅଟକି ରହିଥିଲା। ପ୍ରତିରକ୍ଷା ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ୩୭,୦୦୦ ସିଗ୍‍ ସାୱାର ରାଇଫଲ କିଣିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଆସନ୍ତା ବର୍ଷ ଶେଷ ସୁଦ୍ଧା ରାଇଫଲ ଯବାନଙ୍କ ହାତରେ ଥିବ। ଇନସାସ ରାଇଫଲ ବଦଳରେ ଯବାନଙ୍କୁ ଏହି ନୂଆ ରାଇଫଲ ଦିଆଯିବ। ଏହି ରାଇଫଲର ବ୍ୟବହାର କେବଳ ଆମେରିକା ଏବଂ କେତେକ ୟୁରୋପୀୟ ଦେଶର ସେନା ଯବାନ କରୁଛନ୍ତି। ସପ୍ତାହକ ମଧ୍ୟରେ ରାଇଫଲ କିଣିବା ରାଜିନାମାକୁ ଚୂଡାନ୍ତ ରୂପ ଦିଆଯିବ ବୋଲି ଅଧିକାରୀ ଜଣକ କହିଛନ୍ତି। ବର୍ଷକ ମଧ୍ୟରେ ଆମେରିକା ଫାର୍ମ ସିଗ୍‍ ସାୱାର ରାଇଫଲ ଯୋଗାଇ ଦେବ।
ପ୍ରକାଶଯୋଗ୍ୟ ଯେ ୨୦୧୭ରେ ସେନା ୭ ଲକ୍ଷ ରାଇଫଲ, ୪୪,୦୦୦ ଲାଇଟନ ମେଶିନ୍‍ ଗନ (ଏଲଏମ୍‍ଜି) ଏବଂ ୪୪,୬୦୦ କାରବାଇନ୍‍ କିଣିବା ପ୍ରକ୍ରିୟା ଆରମ୍ଭ କରିଥିଲା। ପ୍ରାୟ ୧୮ ମାସ ତଳେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆସୋଲ୍ଟ ରାଇଫଲ ପରୀକ୍ଷଣରେ ବିଫଳ ହେବା ପରେ ବିଦେଶ କମ୍ପାନୀରୁ ରାଇଫଲ କିଣିବାକୁ ସେନା ଦାବି ଉପସ୍ଥାପନ କରିଥିଲା।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories