www.samajalive.in
Monday, December 8, 2025
27.1 C
Bhubaneswar

ରାହୁଲଙ୍କ ମିଥ୍ୟା ଭାରତର ମର୍ଯ୍ୟାଦାକୁ ବିଦେଶରେ କ୍ଷୁଣ୍ଣ କରୁଛି: ଜୟଶଙ୍କର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମିଥ୍ୟା ଏବଂ ରାଜନୈତିକ ଅପପ୍ରଚାର ଭାରତର ମର୍ଯ୍ୟାଦାକୁ ବିଦେଶରେ ନଷ୍ଟ କରୁଛି। ଏଭଳି କହି ରାହୁଲଙ୍କୁ କଡ଼ା ଶବ୍ଦରେ ସମାଲୋଚନା କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ସୋମବାର ରାହୁଲ କହିଥିଲେ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବା ଲାଗି ନିମନ୍ତ୍ରଣ ପତ୍ର ଆଣିବା ସକାଶେ ବିଦେଶ ମନ୍ତ୍ରୀ ଜୟଶଙ୍କର ଆମେରିକା ଗସ୍ତ କରିଥିଲେ। ରାହୁଲଙ୍କ ଏହି ମନ୍ତବ୍ୟ ପରେ ଜୟଶଙ୍କର ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି ରାହୁଲ ମିଥ୍ୟା ପ୍ରଚାର କରୁଥିବା କହିଛନ୍ତି। ସେ ଲେଖିଛନ୍ତି, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବାରମ୍ବାର ତାଙ୍କ ଆମେରିକା ଗସ୍ତ ସମ୍ପର୍କରେ ମିଥ୍ୟା ପ୍ରଚାର କରୁଛନ୍ତି। ସେ ଆମେରିକାର ପରରାଷ୍ଟ୍ର ସଚିବ ଏବଂ ବାଇଡେନ ପ୍ରଶାସନର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ)ଙ୍କୁ ଭେଟିବା ଲାଗି ଯାଇଥିଲେ। ମୋଦୀଙ୍କୁ ଆମନ୍ତ୍ରଣ ଲାଗି କୌଣସି ପ୍ରକାର ଆଲୋଚନା ହୋଇନାହିଁ। ଆମ ପ୍ରଧାନମନ୍ତ୍ରୀ ସାଧାରଣତଃ ଏପରି କାର୍ଯ୍ୟକ୍ରମରେ ଯୋଗଦିଅନ୍ତି ନାହିଁ। ରାହୁଲଙ୍କ ମିଥ୍ୟା ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ହୋଇଥାଇପାରେ, କିନ୍ତୁ ତାହା ଭାରତର ମର୍ଯ୍ୟାଦାକୁ ବିଦେଶରେ କ୍ଷୁଣ୍ଣ କରୁଛି ବୋଲି ଜୟଶଙ୍କର ଲେଖିଛନ୍ତି।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories