www.samajalive.in
Monday, December 8, 2025
20.1 C
Bhubaneswar

କ୍ୟାପିଟାଲ ହସ୍ପିଟାଲ: ଷ୍ଟ୍ରେଚରରେ ରୋଗୀ, ସମ୍ପର୍କୀୟଙ୍କ ହାତରେ ସାଲାଇନ୍‌

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ପୁଣି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଏଥର ଚିକିତ୍ସା ନେଇ ହୋଇଛି ଅଭିଯୋଗ। ଅନେକ ସମୟରେ ସାଲାଇନ୍‌ ଲଗାଇବାକୁ ଷ୍ଟାଣ୍ଡ୍‌ ମିଳୁନଥିବାବେଳେ ରୋଗୀଙ୍କ ସମ୍ପର୍କୀୟଙ୍କୁ ସାଲାଇନ ବୋତଲ ଧରିବାକୁ ପଡ଼ୁଛି। ପ୍ରତିଦିନ ଏଭଳି ଘଟଣା ଘଟୁଥିଲେ ହେଁ ଅନେକ ଲୋକ ଭୟରେ ମୁହଁ ଖୋଲୁନଥିବା ଜଣାପଡ଼ିଛି।

ବିଶେଷ କରି ଆଶୁଚିକିତ୍ସା କେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ସେହିପରି ଜରୁରୀକାଳୀନ ୱାର୍ଡରେ ଶଯ୍ୟା ଅଭାବ ଯୋଗୁଁ ଆଶୁଚିକିତ୍ସା କେନ୍ଦ୍ର ସାମ୍ନାରେ ରୋଗୀ ‌େ‌ଷ୍ଟ୍ରଚରରେ ଶୋଇ ରହୁଛନ୍ତି। ଅନେକ ସମୟରେ ଆଶୁ ଚିକିତ୍ସ‌ା କେନ୍ଦ୍ର ନିକଟରେ ‌େ‌ଷ୍ଟ୍ରଚର ରହୁନଥିବାବେ‌େ‌ଳ ସହାୟତା ନିମନ୍ତେ କେହି ରହୁନାହାନ୍ତି। ଏବେ ରୋଗୀ ଏବଂ ସମ୍ପର୍କୀୟଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ସେହିପରି ଦୁଇମାସ ହେଲା ଆଶୁ ଚିକିତ୍ସା କେନ୍ଦ୍ର ପାଇଁ ଥିବା ସଂରକ୍ଷିତ ମୋବାଇଲ ନମ୍ବର ବନ୍ଦ ରହିଛି।

- Advertisement -

କ୍ୟାପିଟାଲ ହସ୍ପିଟାଲରେ ଦୈନିକ ହଜାର ହଜାର ରୋଗୀ ଚିକିତ୍ସିତ ହେଉଛନ୍ତି। ଏହାରି ଭିତରେ ଗୁରୁତର ରୋଗୀଙ୍କୁ ପ୍ରାଥମିକତା ଦିଆଯାଇ ଆଶୁଚିକିତ୍ସା କେନ୍ଦ୍ରରେ ଚିକିତ୍ସା ପ୍ରଦାନ କରାଯାଉଛି। କିନ୍ତୁ ଏଠାରେ ରୋଗୀଙ୍କୁ ଚିକିତ୍ସା ସମୟରେ ହଟହଟା ହେବକୁ ପଡୁଛି। କେତେବେଳେ ଶଯ୍ୟା ମିଳୁନଥିବାବେଳେ ସାଲାଇନ୍‌ ଲଗାଇବା ନିମନ୍ତେ ଷ୍ଟାଣ୍ଡ ମିଳୁନାହିଁ। ରୋଗୀ ସମ୍ପର୍କୀୟଙ୍କୁ ସାଲାଇନ ବୋତଲ ଧରିବାକୁ ପଡୁଛି। ଏଭଳି ଘଟଣା ଶନିବାର ଦେଖିବାକୁ ମିଳିଥିଲା। ରାଜଧାନୀ ଉପକଣ୍ଠରୁ ଆସିଥିବା ଜନୈକ ରୋଗୀଙ୍କୁୂ ଏଭଳି ହଟହଟା ହେବାକୁ ପଡ଼ିଛି। ସେହିପରି ରାତିରେ ସମସ୍ୟା ଦ୍ବିଗୁଣିତ ହୋଇଯାଉଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories