www.samajalive.in
Monday, December 8, 2025
17.1 C
Bhubaneswar

ତାଲା ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ଲୁଟ୍ 

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟର ସୁଧୀର ଲୋହାନିଙ୍କ ଘରୁ ଗତରାତିରେ ନଗଦ ଟଙ୍କା ଓ ସୁନା ରୂପା ଅଳଙ୍କାର ଚୋରି ହୋଇଛି। ସୁଧିର ସପରିବାରେ କିଛିଦିନ ହେଲା ଅଯୋଧ୍ୟା ଯାଇଥିବାବେଳେ ଘରର ଚାବି କାଠି ନିଜ ଭାଇ ପଡୋଶୀ ସୁରଜଙ୍କୁ ଦେଇ ଯାଇଥିଲେ । ଆଜି ସକାଳୁ ସୁରଜ ବଡ ଭାଇଙ୍କ ଘର ତାଲା ଭଙ୍ଗା ଯାଇଥିବା ଓ ଚୋରି ହୋଇଥିବା ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ । ଘଟଗାଁ ଥାନାଧିକାରୀ ସୁଭ୍ରାନ୍ତ କୁମାର ଜେନା, ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିବାବେଳେ ସନ୍ଧାନୀ କୁକୁର ମଧ୍ୟ ଏଠାରେ ବିଫଳ ହୋଇଛି। ତେବେ ସାଇଣ୍ଟିଫିକ୍ ଟିମ୍ ବିଭିନ୍ନ ଚିହ୍ନ ନେଇଥିବା ସୂଚନା ରହିଛି। ସୁଧିରଙ୍କ ଘରର ୨ ଟି କୋଠରୀର ଷ୍ଟିଲ ଆଲମାରୀ ଭଙ୍ଗା ଯାଇଥିବାବେଳେ ନଗଦ ୧ ଲକ୍ଷ ଟଙ୍କା, ପ୍ରାୟ ୮ ଭରି ସୁନା ଓ କିଛି ରୂପା ଅଳଙ୍କାର ଚୋରି ହୋଇଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories