ଗୁଜରାଟ: ଭାରସାମ୍ୟ ହରାଇ ଖାଇକୁ ଖସିପଡ଼ିଲା ବସ। ବସଟି ଖାଇକୁ ଖସିପଡ଼ିବା ଦ୍ୱାରା ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦାଙ୍ଗ ଜିଲା ସପୁତରା ନିକଟରେ ଭାରସାମ୍ୟ ହରାଇ ବସଟି ଖାଇକୁ ଖସିପଡ଼ିଥିଲା। ବସରେ ଥିବା ୪୮ ଯାତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୫ଜଣ ମୃତ୍ୟୁ ହୋଇଛି ଏବଂ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ସ୍ଥାନୀୟ ହସପିଟାଲରେ ଚିକିତ୍ସା ପାଇଁ ଭତର୍ତି କରାଯାଇଥିବା ଜଣାପଡ଼ିଛି।
Popular Categories



