www.samajalive.in
Monday, December 8, 2025
27.1 C
Bhubaneswar

ନାକ ରେଟିଂ ଲାଞ୍ଚ, ୧୦ ଗିରଫ

ସମ୍ବଲପୁର:ନ୍ୟାସନାଲ ଆସେସ୍‌‌ମେଣ୍ଟ ଆଣ୍ଡ ଆକ୍ରିଡେସନ କାଉନସିଲ (ନାକ) ରେଟିଂ ଲାଞ୍ଚ ମାମଲାରେ ୧୦ଜଣ ଗିରଫ ହୋଇଛନ୍ତି। ଆନ୍ଧ୍ର ପ୍ରଦେଶର ଏକ ଶିକ୍ଷାନୁଷ୍ଠାନର ରେଟିଂ ବଢ଼ାଇବାକୁ ଲାଞ୍ଚ ଅଭିଯୋଗରେ ୧୦ଜଣଙ୍କୁ ଗିରଫ କରାଯାଇଛି। ୧୦ଜଣଙ୍କ ମଧ୍ୟରେ ସମ୍ବଲପୁରର ଜଣେ ପ୍ରଫେସର ରହିଛନ୍ତି। ଜ୍ୟୋତିବିହାରରେ ଥିବା ସମ୍ପୃକ୍ତ ପ୍ରଫେସରଙ୍କ ବାସଭବନ ସିଲ ହୋଇଛି। ସିବିଆଇ ପକ୍ଷରୁ ଓଡ଼ିଶା ସମେତ ୨୦ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି।

ନାକ୍‌ ରେଟିଂ ବୃଦ୍ଧି ପାଇଁ ଲାଞ୍ଚ ନେଉଥିବା ମାମଲାରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସରଙ୍କୁ ସିବିଆଇ ଗିରଫ କରିଛି। ଆନ୍ଧ୍ରପ୍ରଦେଶ ରାଜ୍ୟ ଗୁଣ୍ଟୁରର ୱାଦେଶ୍ୱରମ୍ ଶିକ୍ଷାନୁଷ୍ଠାନର ରେଟିଂ ବଢ଼ାଇବା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗରେ ସିବିଆଇ ନାକ ପିୟର୍‌ କମିଟିର ୧୦ ସଦସ୍ୟଙ୍କୁ ଗିରଫ କରିଛି।

- Advertisement -

ଏହି ଦଳରେ ସଦସ୍ୟ ଥିବା ସମ୍ବଲପୁର ବିଶ୍ବବିଦ୍ୟାଳୟର ଲାଇବ୍ରେରୀ ଏବଂ ସାଇନ୍ସ ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ବୁଲୁ ମହାରଣାଙ୍କୁ ଗିରଫ କରାଯାଇଛି। ପ୍ରଫେସର ମହାରଣା ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ନାକ ପିୟର୍‌ କମିଟିର ସଦସ୍ୟ ଭାବେ ଯାଇଥିବା ସମୟରେ ଏହି ଲାଞ୍ଚ ମାଗିଥିବା ସୂଚନା ମିଳିଛି।

ସିବିଆଇ ଏହି ଘଟଣାରେ ଚେନ୍ନାଇ, ବେଙ୍ଗାଲୁରୁ, ବିଜୟୱାଡା, ପାଲାମୁ, ଭୋପାଳ, ଦିଲ୍ଲୀ, ସମ୍ବଲପୁର ସମେତ ୨୦ଟି ସ୍ଥାନରେ ଯାଞ୍ଚ ଚଳାଇଛି। ସିବିଆଇ ପକ୍ଷରୁ ଏହି ଚଢ଼ଉରୁ ନଗଦ ୩୭ଲକ୍ଷ ଟଙ୍କା, ୬ଟି ଲାପଟପ, ଆଇଫୋନ୍‌ ଆଦି ଜବତ କରାଯାଇଥିବା ଜଣାପଡିଛି। ଶିକ୍ଷାନୁଷ୍ଠାନର ଅଧିକାରୀ ଓ ନାକ ଟିମ୍ ସଦସ୍ୟଙ୍କ ନାମରେ ମାମଲା ରୁଜୁ ହୋଇଛି।

ଏ ସମ୍ପର୍କରେ ଅଧିକ ତଥ୍ୟ ପାଇଁ ବିଶ୍ବବିଦ୍ୟାଳୟର କୁଳସଚିବ ଡଃ ନୃପରାଜ ସାହୁଙ୍କୁ ଯୋଗାଯୋଗ କରିବାରୁ ‘ମୁଁ ବାହାରେ ଅଛି, ପ୍ରଫେସର ମହାରଣାଙ୍କ ଘର ସିଲ୍‌ ହୋଇଛି’ ବୋଲି କେବଳ ପ୍ରକାଶ କରିଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories