ଆଠଗଡ: ରାଷ୍ଟ୍ରପତିଙ୍କ ପ୍ରତି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ଆଶାଳୀନ ମନ୍ତବ୍ୟ ନେଇ ଆଠଗଡ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ସହିତ ପ୍ରତିବାଦ କରାଯାଇଛି। ବିଜେପିର ରଥଗଡାସ୍ଥିତ କାର୍ଯ୍ରାଳୟରୁ ଏକ ପ୍ରତିବାଦ ଶୋଭାଯାତ୍ରା ସହର ପରିକ୍ରମା କରି ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡଠାରେ ପହଞ୍ଚିଥିଲା । ସେଠାରେ ଆୟୋଜିତ ଏକ ପ୍ରତିବାଦ ସଭାରେ ବିଜେପି ନେତା ଅଭୟ କୁମାର ବାରିକ ଯୋଗଦେଇ କଂଗ୍ରେସ ନେତାଙ୍କ ଏପରି ଅଶାଳୀନ ମନ୍ତବ୍ୟକୁ ତୀବ୍ର ବିରୋଧ କରିଥିଲେ। ରାଷ୍ଟ୍ରପତି ଓଡ଼ିଶାର ମାଟିର ଝିଅ ତଥା ଆଦିବାସୀ ହୋଇଥିବାରୁ ଓଡିଶାର ଆଦିବାସୀ ଓ ପ୍ରତ୍ୟେକ ଓଡିଆଙ୍କୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ଅପମାନିତ କରିଛନ୍ତି ବୋଲି ସେ କହିଥିଲେ । କଂଗ୍ରେସ ଦଳ ଏବଂ ସୋନିଆ ଗାନ୍ଧୀ ତୁରନ୍ତ କ୍ଷମା ପ୍ରାର୍ଥନା କରନ୍ତୁ, ନଚେତ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଅଭୟ ଚେତାବନୀ ଦେଇଥିଲେ। ଏହି ପ୍ରତିବାଦ ସଭାରେ ମଣ୍ତଳ ସଭାପତି ତପନ ଲେଙ୍କା, ନୂତନ ରାଉତ, ଜଗଦ୍ଦାନନ୍ଦ ତ୍ରିପାଠୀ ପ୍ରମୁଖ ଦଳୀୟ କର୍ମକର୍ତ୍ତା ସାମିଲ ଥିଲେ। ଏହାର ପ୍ରତିବାଦ ସ୍ୱରୂପ ସେଠାରେ ସୋନିଆ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।
Popular Categories



