www.samajalive.in
Monday, December 8, 2025
27.1 C
Bhubaneswar

ପ୍ରତିରକ୍ଷା ବଜେଟ୍‍ ୩ ଲକ୍ଷ କୋଟି ଟପିଲା

ଭାରତର ବଜେଟ୍‍ ଇତିହାସରେ ପ୍ରଥମ ଥର ପାଇଁ ପ୍ରତିରକ୍ଷା ବ୍ୟୟବରାଦ ୩ ଲକ୍ଷ କୋଟି ଟଙ୍କା ଟପିଥିବା କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି। ଗତ ବର୍ଷ ପ୍ରତିରକ୍ଷା ବଜେଟ୍‍ ପରିମାଣ ଥିଲା ୨, ୯୫, ୫୧୧ କୋଟି ଟଙ୍କା। ‘ଆମ ସୈନିକମାନେ ଆମର ଗର୍ବ। ସେମାନେ ଦିନରାତି ଆମ ଦେଶର ସୀମା ଓ ଆମକୁ ରକ୍ଷା କରୁଛନ୍ତି। ତେଣୁ ସେମାନଙ୍କ ପାଇଁ ଆବଶ୍ୟକ ହେଲେ ଆହୁରି ଅଧିକ ବ୍ୟୟ ବରାଦ କରାଯିବ’ ବୋଲି ସେ କହିଛନ୍ତି। ‘ୱାନ ର୍ୟାଙ୍କ ୱାନ ପେନ୍‍ସନ୍‍’ ଯୋଜନା ୪୦ ବର୍ଷ ଧରି କାର୍ଯ୍ୟକାରୀ ହୋଇପାରିନଥିଲା। ପୂର୍ବ ସରକାର ବଜେଟ୍‍ରେ ଏହାକୁ ସାମିଲ କରିଥିଲେ ହେଁ ଲାଗୁ କରିପାରିନଥିଲେ। କିନ୍ତୁ ମୋଦୀଙ୍କ ନେତୃତ୍ୱାଧୀନ ସରକାର ଏହାକୁ କରି ଦେଖାଇଲେ। ଏ ପର୍ଯ୍ୟନ୍ତ ୩୫ ହଜାର କୋଟି ଟଙ୍କା ଏହି ଯୋଜନାରେ ଦିଆଯାଇଛି ବୋଲି ସେ କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories