www.samajalive.in
Tuesday, December 9, 2025
17.1 C
Bhubaneswar

ଗୁରୁଡିଝାଟିଆ ଅଞ୍ଚଳରେ ଶୋଭା ପାଉଛି ଥାଇଲାଣ୍ଡର ଅର୍କିଡ ଫୁଲ

ଗୁରୁଡିଝାଟିଆ: ଗୁରୁଡିଝାଟିଆ ଅଞ୍ଚଳରେ ଶୋଭା ପାଉଛି ଥାଇଲାଣ୍ଡର ଅର୍କିଡ ଫୁଲ। ଏହାକୁ ସଫଳ ରୂପାୟନର ରୂପ ଦେଇଛନ୍ତି ଉଦ୍ୟୋଗୀ ସମ୍ବିତା ବୋଷ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ସହାୟତାରେ ଆଠଗଡ ବ୍ଲକ ଅନ୍ତର୍ଗତ ଖମାରନୂଆଗାଁ ମୌଜାରେ ପ୍ରାୟ ୧.୩ ଏକର ଜମି ରେ ୪୩ ହଜାର ଡେଣ୍ଡବିୟମ କିସମ ଅର୍କିଡ ରୋପଣ କରିଛନ୍ତି। ପଲ୍ଲୀ ସବୁଜ ଘରେ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳକୁ ବ୍ୟବହାର କରାଯାଇଛି। ରସ୍ନl ଜାତୀୟ ଆର୍କିଡ ଆମ ଦେଶର ବିଭିନ୍ନ ଜଙ୍ଗଲରେ ଦେଖାଦେଇଥାଏ। ହେଲେ ଏହାକୁ ବ୍ୟବସାୟିକ ଭିତ୍ତିରେ ଆଧୁନିକ ଜ୍ଞାନ କୌଶଳ ଅବଲମ୍ବନ କରି ଟିସୁ କଲଚର କରି ଚାଷ କରାଯାଇଛି।

ଏହି ଅର୍କିଡ ଫୁଲ ଚାଷ ପାଇଁ ମାଟିର କୌଣସି ଆବଶ୍ୟକ ପଡେ ନାହିଁ। ନଡ଼ିଆ ବ୍ୟବହାର ପରେ ଏହାର ଅବସ୍ୟଷ୍ଠାଂଶ କତା ଓ ଖୋଳ ଉପରେ ମାଟି ଠାରୁ ୩ଫୁଟରେ ଟିସୁ କଲଚର ଅର୍କିଡକୁ ରୋପଣ କରାଯାଇଥାଏ ବୋଲି “ବୋଷ ଅର୍କିଡ ବ୍ଲୁମ୍”ର ବୈଷୟିକ ଅଧିକାରୀ କିଶୋର ସୂତାର କହିଥିଲେ। ଏହି ଚାଷ ପାଇଁ ୨୮ ରୁ ୪୨ ଡିଗ୍ରୀ ତାପମାତ୍ରା ଆବଶ୍ୟକ ଯାହା ଆମ ରାଜ୍ୟ ପାଇଁ ବେଶ୍ ଉପଯୋଗୀ ଅଟେ। ଏହି ପ୍ରକଳ୍ପଟିକୁ ନିର୍ମାଣ ପାଇଁ ପ୍ରାୟ ଦେଢ଼ କୋଟି ଟଙ୍କା ବ୍ୟୟ କରୁଥିବାବେଳେ ସରକାରଙ୍କ ସବସିଡ ମଧ୍ୟ ରହିଅଛି। ଏହି ଚାଷ ମାସକୁ ୨ରୁ ୩ ଲକ୍ଷ ଟଙ୍କା ରୋଜଗାର ହେଉଥିବାବେଳେ ଆମେ ଧଳା ,ପର୍ପଲ୍ ଓ ପିଙ୍କ୍ ରଙ୍ଗ ଅର୍କିଡ ଚାଷ କରୁଛୁ, ଯାହାର ଚାହିଦା ବଜାରରେ ଢେର ଅଧିକ ବୋଲି ପ୍ରକଳ୍ପ ମୁଖ୍ୟ ପ୍ରୁଥୀପ୍ରୀତି ବୋଷ କହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories