www.samajalive.in
Sunday, December 7, 2025
26.1 C
Bhubaneswar

ଆମେରିକାରେ ୫୩୮ ଦେଶାଟନକାରୀ ଅପରାଧୀ ଗିରଫ

ୱାଶିଂଟନ: ଆମେରିକା କର୍ତ୍ତୃପକ୍ଷ ଗୁରୁବାର ୫୩୮ ବେଆଇନ ଦେଶାଟନକାରୀ ଅପରାଧୀଙ୍କୁ ଗିରଫ କରିଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରେସ ସଚିବ କାରୋଲାଇନ ଲିଭିଟ୍ ସୋସିଆଲ ମିଡିଆ ଏକ୍ସର ପୋଷ୍ଟରେ ଦେଇଥିବା ସୂଚନା ଅନୁଯାୟୀ ଗିରଫ ୫୩୮ ବେଆଇନ ଦେଶାଟନକାରୀଙ୍କ ମଧ୍ୟରେ କେତେକ ସନ୍ଦିଗ୍ଧ ଆତଙ୍କବାଦୀ ରହିଛନ୍ତି। ଏହା ସହିତ କେତେକ ଦେଶାଟନକାରୀ ଯୌନ ନିର‌୍ୟାତନା ମାମଲାରେ ଦୋଷୀସାବ୍ୟସ୍ତ ହୋଇଛନ୍ତି। ଗିରଫ ଦେଶାଟକାରୀ ଅପରାଧୀଙ୍କ ମଧ୍ୟରୁ ଶତାଧିକଙ୍କୁ ସ୍ବତନ୍ତ୍ର ଯୁଦ୍ଧବିମାନ ଯୋଗେ ନିଜ ଦେଶକୁ ପଠାଇ ଦିଆଯାଇଛି। ଟ୍ରମ୍ପ ଦ୍ବିତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ଆମେରିକାରେ ବଡ ଧରଣର ବେଆଇନ ଦେଶାଟନ ନିରୋଧ ଅଭିଯାନ ଆରମ୍ଭ ହୋଇଛି। ଆମେରିକାର ଦେଶାଟନ ଓ ବହିଃଶୁଳ୍କ ଏନଫୋର୍ସମେଣ୍ଟ ଏଜେନ୍ସି (ଆଇସିଇ) କହିଛି ଯେ ଗିରଫ ଅପରାଧୀଙ୍କ ମଧ୍ୟରୁ ୩୭୩ଜଣଙ୍କୁ ଜେଲ୍‌ରେ ଭର୍ତ୍ତି କରାଯାଇଛି। ବେଆଇନ ଭାବେ ଆମେରିକାରେ ବସବାସ କରୁଥିବା ବିଦେଶୀ ନାଗରିକଙ୍କୁ ଦେଶରୁ ବିତାଡିତ କରିବା ଲାଗି ରାଷ୍ଟ୍ରପତି ଟ୍ରମ୍ପ ଏକାଧିକ କାର‌୍ୟ୍ୟନିର୍ବାହୀ ନିର୍ଦେଶରେ ସ୍ବାକ୍ଷର କରିଛନ୍ତି। ଶୁକ୍ରବାର ଟ୍ରମ୍ପ କହିଛନ୍ତି ଯେ ଆମେରିକାରେ ଯେଉଁମାନେ ବେଆଇନ ଭାବେ ରହୁଛନ୍ତି ସେମାନଙ୍କୁ ଆଗାମୀ ଦିନରେ ଚରମ ପରିଣାମ ଭୋଗିବାକୁ ପଡିବ।
ଅନ୍ୟ ପଟେ ଆମେରିକାରେ ବେଆଇନ ଦେଶାଟନକାରୀଙ୍କ ଗିରଫକୁ ଭାରତ ସ୍ବାଗତ କରିଛି। ଶୁକ୍ରବାର ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ନୂଆଦିଲ୍ଲୀ ସମସ୍ତ ପ୍ରକାର ବେଆଇନ ଦେଶାଟନକୁ ବିରୋଧ କରେ। କେବଳ ଆମେରିକା ନୁହେଁ କୌଣସି ଦେଶରେ ବେଆଇନ ଦେଶାଟନକାରୀଙ୍କୁ ପ୍ରବେଶ ଅନୁମତି ଦିଆଯିବା ଉଚିତ୍ ନୁହେଁ। ଆମେରିକା ସମେତ କୌଣସି ଦେଶରେ ଯଦି ଭାରତୀୟମାନେ ବେଆଇନ ଭାବେ ବସବାସ କରୁଥାନ୍ତି ତେବେ ସେମାନଙ୍କୁ ନୂଆଦିଲ୍ଲୀ ଫେରାଇ ଆଣିବାକୁ ସର୍ବଦା ପ୍ରସ୍ତୁତ। ସେହିପରି ଯେଉଁ ଭାରତୀୟଙ୍କ ପାଖରେ ବିଦେଶ ରହଣି ନେଇ ଉପଯୁକ୍ତ କାଗଜପତ୍ର ନାହିଁ ସେମାନଙ୍କୁ ଆବଶ୍ୟକ କାଗଜପତ୍ର ଯୋଗାଇ ଦିଆଯିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି। ସେ କହିଛନ୍ତି ଆମେରିକାରେ ଯଦି କୌଣସି ଭାରତୀୟ ବେଆଇନ ଭାବେ ବସବାସ କରୁଥାନ୍ତି ତେବେ ସେମାନଙ୍କୁ ଫେରାଇ ଆଣିବା ଦିଗରେ ଆବଶ୍ୟକ ବ୍ୟବସ୍ଥା କରାଯିବ। ଏହା ପୂର୍ବରୁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଥିଲେ ଯେ ଯେଉଁ ଭାରତୀୟଙ୍କ ପାଖରେ ଆମେରିକା ରହଣି ଲାଗି ବୈଧ କାଗଜପତ୍ର ନାହିଁ ସେମାନଙ୍କୁ ସ୍ବଦେଶ ଫେରାଇ ଅଣାଯିବ। ଭାରତୀୟଙ୍କୁ ବିଶ୍ବସ୍ତରରେ ନିଜର ଦକ୍ଷତା ଓ କଳାନିପୁଣତା ପ୍ରଦର୍ଶନ ଲାଗି ସମସ୍ତ ପ୍ରକାର ସୁଯୋଗ ଦିଆଯାଉଛି। ଏଥିପାଇଁ ପ୍ରତ୍ୟେକ ଭାରତୀୟ ​‌େ​‌ବୖଧ କାଗଜପତ୍ରରେ ଯାତ୍ରା କରିବା ଜରୁରୀ ବୋଲି ଜୟଶଙ୍କର କହିଥିଲେ। ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ଜନ୍ମଗତ ନାଗରିକତ୍ବ ଅଧିକାରକୁ ଉଚ୍ଛେଦ କରିଛନ୍ତି। ଏ ନେଇ ଟ୍ରମ୍ପ ଜାରି କରିଥିବା ଏକଜିକ୍ୟୁଟିଭ୍ ନିର୍ଦେଶନାମା ଉପରେ ଫେଡେରାଲ ଅଦାଲତ ରହିତାଦେଶ ଜାରି କରିଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories