www.samajalive.in
Monday, December 8, 2025
17.1 C
Bhubaneswar

‘କନ୍ନପ୍ପା’ର ନୂଆ ପୋଷ୍ଟର; ନିଳକଣ୍ଠ ମହାଦେବ ଅବତାରରେ ଅକ୍ଷୟ

ସମାଜ ଡିଜିଟାଲ ଡେସ୍କ: ପ୍ରଭୁ ଶିବ ଶଙ୍କରଙ୍କ ଅବତାରରେ ଅକ୍ଷୟ କୁମାର। ଗତ ବର୍ଷ ଘୋଷଣା କରାଯାଇଥିବା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘କନ୍ନପ୍ପା’ରୁ ଅଭିନେତା ଅକ୍ଷୟ କୁମାରଙ୍କ ଲୁକ୍‌ ସାମ୍ନାକୁ ଆସିଛି। ଫିଲ୍ମରୁ ଲଗାତର ଭାବେ ପ୍ରାୟ ପ୍ରତ୍ୟେକ କଳାକାରଙ୍କ ଲୁକ୍‌ ସାମ୍ନାକୁ ଆସି ସାରିଛି। ବିଷ୍ଣୁ ମାଞ୍ଚୁଙ୍କଠାରୁ ଆରମ୍ଭ କରି ମାତା ପାର୍ବତୀଙ୍କ ଭୂମିକାରେ କାଜଲ ଅଗ୍ରଓ୍ବାଲଙ୍କ ଲୁକ୍‌ ସାମ୍ନାକୁ ଆସି ସାରିଛି। ଇତି ମଧ୍ୟରେ ସୋମବାର ମହାଦେବଙ୍କ ରୁଦ୍ର ଅବତାରରେ ଅଭିନେତା ଅକ୍ଷୟ କୁମାରଙ୍କ ଲୁକ୍‌ ସାମ୍ନାକୁ ଆସିଛି। ଏହି ଲୁକ୍‌ ପୋଷ୍ଟର ସହିତ ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ମଧ୍ୟ ଘୋଷଣା କରାଯାଇଛି। ପୋଷ୍ଟରରୁ ସ୍ପଷ୍ଟ ହୋଇଛି ଯେ, ଚଳଚ୍ଚିତ୍ରରେ ଅକ୍ଷୟଙ୍କୁ ମହାଦେବଙ୍କ ଭୂମିକାରେ ଦେଖିବାକୁ ମିଳିବ।


ପୋଷ୍ଟରରେ ଖିଲାଡ଼ି କୁମାର ଗୋଟିଏ ହାତରେ ତ୍ରିଶୁଳ ଏବଂ ଅନ୍ୟ ହାତରେ ଡମ୍ବରୁ ଧରିଛନ୍ତି। ଏଥିସହ ତାଙ୍କ ମଥାରେ ଭସ୍ମ ଲାଗିଛି। ଅକ୍ଷୟଙ୍କୁ ପୁଣି ଥରେ ଭଗବାନ ଶିବଙ୍କ ଅବତାରରେ ଦେଖି ତାଙ୍କ ପ୍ରଶଂସକ ବେଶ୍‌ ଖୁସି ବ୍ୟକ୍ତ କରିଛନ୍ତି। ଏହି ଚଳଚ୍ଚିତ୍ର ପୂର୍ବରୁ ଅକ୍ଷୟ ‘ଓ ମାଇଁ ଗଡ୍‌’ରେ ମହାଦେବଙ୍କ ଭୂମିକାରେ ଅଭିନୟ କରି ସାରିଛନ୍ତି।

- Advertisement -

ମୋହନ ବାବୁ ନିର୍ମିତ ‘କନ୍ନପ୍ପା’ରେ ବିଷ୍ଣୁ ମାଞ୍ଚୁ ମୁଖ୍ୟ ଭୂମିକାରେ ଅବତ୍ତୀର୍ଣ୍ଣ। ପ୍ରଭୁ ଶିବଙ୍କ ଉପରେ ଆଧାରିତ ପୌରାଣିକ ଚଳଚ୍ଚିତ୍ରରେ ପ୍ରଭାସ, ଅକ୍ଷୟ କୁମାର, ମୋହନଲାଲ, ମଧୁ, ମୋହନ ବାବୁ, କାଜଲ ଅଗ୍ରଓ୍ବାଲ ଓ ବ୍ରହ୍ମାନନ୍ଦମ ପ୍ରମୁଖ କଳାକାର ଅଭିନୟ କରଛନ୍ତି। ଚଳିତ ବର୍ଷ ଏପ୍ରିଲ ୨୫ରେ ପରଦାକୁ ଆସିବ ଏହି ଚଳଚ୍ଚିତ୍ର।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories