www.samajalive.in
Monday, December 8, 2025
27.1 C
Bhubaneswar

୪.୮ ଡିଗ୍ରୀ ତାପମାତ୍ରା ସହ ଥଣ୍ଡାର ସହର ଘୁ. ଉଦୟଗିରି, ଘନକୁହୁଡ଼ି ପାଇଁ ୪ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି । କନ୍ଧମାଳ ଜିଲାର ଘୁ. ଉଦୟଗିରିରେ ରାତି ତାପମାତ୍ରା ୪.୮ ଡିଗ୍ରୀ ରହିଛି। ଏଠାରେ ପାରଦ ତଳମୁହାଁ ହେବାରୁ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଘୁ. ଉଦୟଗିରି ସ୍ଥାନିତ ହୋଇଛି।

ଗତ ଦୁଇଦିନ ହେଲା ସହରର ରାତି ତାପମାତ୍ରା ୫ଡିଗ୍ରୀ ଥିବାବେଳେ ଏଠାରେ ପାରଦ ଆହୁରି ତଳକୁ ଖସି ୪.୮ ଡିଗ୍ରୀରେ ପହଞ୍ଚିଛି। ଜିଲାର ଦାରିଙ୍ଗବାଡ଼ିରେ ୯ ଡିଗ୍ରୀ ଥୂବାବେଳେ ଫୁଲବାଣୀରେ ୮ଡିଗ୍ରୀ ରହିଛି। ସୁନ୍ଦରଗଡ଼ରେ ୭.୨, ରାଉରକେଲା ୯.୫, ଭଦ୍ରକ ୧୦, କୋରାପୁଟ ୧୦.୫, ଭବାନୀପାଟଣା ଓ ଅନୁଗୋଳ ୧୦ ୬, ଭୁବନେଶ୍ଵର ୧୩.୮ ଏବଂ କଟକରେ ୧୪ ଡିଗ୍ରୀ ରହିଛି। ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଫଳସ୍ବରୂପ ଶୀତ ପ୍ରକୋପ ଲାଗି ରହିପାରେ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

- Advertisement -

ରବିବାର ସକାଳେ ନୟାଗଡ଼, ଫୁଲବାଣୀ ଏବଂ ଭବାନୀପାଟଣାରେ କୁହୁଡ଼ି ଦୃଶ୍ୟମାନ ହୋଇଥିବା ବେଳେ ସୋମବାର ସକାଳେ କଟକ, ଖୋର୍ଦ୍ଧା, ପୁରୀ, ଝାରସୁଗୁଡ଼ା ଏବଂ କୋରାପୁଟରେ କୁହୁଡ଼ି ପଡ଼ିପାରେ। କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼ ଏବଂ ନୟାଗଡ଼ ଜିଲାକୁ ଘନକୁହୁଡ଼ି ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories