www.samajalive.in
Monday, December 8, 2025
27.1 C
Bhubaneswar

ଦେଖନ୍ତୁ ଭିଡିଓ; ଜ୍ୱାଇଁଙ୍କ ପାଇଁ ଭବ୍ୟ ଆୟୋଜନ, ପରଷା ଗଲା ୪୬୫ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ

ନୂଆଦିଲ୍ଲୀ : ଭାରତରେ ଜ୍ୱାଇଁଙ୍କ ଚର୍ଚ୍ଚା ଖୁବ୍‌ କରାଯାଏ। ତେବେ ନିକଟରେ ଆନ୍ଧ୍ର ପ୍ରଦେଶରୁ ଏଭଳି ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଜ୍ୱାଇଁଙ୍କ ପାଇଁ ହୋଇଥିବା ଭବ୍ୟ ଆୟୋଜନ ଦେଖାଯାଇଛି। ଏହି ଘଟଣା ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜ୍ୱାଇଁ ଶ୍ୱଶୁର ଘରେ ପହଞ୍ଚିବା ପରେ ତାଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ଭଳିକି ଭଳି ସୁସ୍ୱାଦୁ ବ୍ୟଞ୍ଜନ। ଆନ୍ଧପ୍ରଦେଶରେ ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଜ୍ୱାଇଁଙ୍କ ପାଇଁ ୧୦ କି ୨୦ ନୁହେଁ ବରଂ ପ୍ରସ୍ତୁତ କରାଯାଇଛି ୪୬୫ ପ୍ରକାରର ବ୍ୟଞ୍ଜନ। ଜ୍ୱାଇଁଙ୍କ ପାଇଁ ହୋଇଥିବା ଏହି ଭବ୍ୟ ଆୟୋଜନ ଦେଖି ସଭିଏଁ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି।

୧୮ ବର୍ଷ ପରେ ଏକାଠି ହେବେ ଶୁକ୍ର-ରାହୁ: ଏହି ୩ ରାଶିଙ୍କ ଉପରେ ହେବ ଧନ ବର୍ଷା, ବିବାହ,ଖୋଲିବ ବନ୍ଦ ଭାଗ୍ୟର ତାଲା..

- Advertisement -

ଶ୍ୱଶୁର ଘରକୁ ଜ୍ୱାଇଁ ପ୍ରଥମ ଥର ଆସିବା ପରେ ତାଙ୍କ ପାଇଁ ୪୬୫ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ସ୍ୱାଗତ କରାଯାଇଥିଲା। ବିବାହ ପରେ ମକର ସଂକ୍ରାନ୍ତିରେ ଜ୍ୱାଇଁ ଓ ଝିଅ ପ୍ରଥମ ଥର ଘରକୁ ଆସିବା ପରେ ଏଭଳି ଭବ୍ୟ ଆୟୋଜନ କରାଯାଇଥିଲା।

ଜାଣନ୍ତୁ ଜିଓର ଏହି ଶସ୍ତା ରିଚାର୍ଜ ପ୍ଲାନ୍‌, ମାଗଣାରେ ମିଳିବ ୨୦ ଜିବି ଡାଟା ସହ ଅନ୍ୟାନ୍ୟ ସୁବିଧା..

ଝିଅ ଓ ଜ୍ୱାଇଁଙ୍କ ପାଇଁ ଶ୍ୱଶୁର ଘରେ ପ୍ରଥମ ସଂକ୍ରାନ୍ତି ଅବସରରେ ବିଶେଷ ଆୟୋଜନ କରାଯାଇଥିଲା । ତାଙ୍କ ପାଇଁ ଏକ ଟେବୁଲ୍‌ ଉପରେ ସମସ୍ତ ବ୍ୟଞ୍ଜନକୁ ସଜା ଯାଇ ଜ୍ୱାଇଁଙ୍କ ସାମ୍ନାରେ ୪୬୫ ପ୍ରକାର ବ୍ୟଞ୍ଜନ ପରଷା ଯାଇଥିଲା । ପାତ୍ରରେ ଫଳ, ମିଠା, ଥଣ୍ଡା ପାନୀୟ, ବିଭିନ୍ନ ପ୍ରକାର ବ୍ୟଞ୍ଜନ ଆଦି ପରଷା ଯାଇଥିଲା ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories