www.samajalive.in
Monday, December 8, 2025
27.1 C
Bhubaneswar

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ନଷ୍ଟ, ଅଜା ନାତି ଆହତ

ପାତ୍ରପୁର: ପାତ୍ରପୁର ବ୍ଲକ ତୁରୁବୁଡ଼ି ପାଞ୍ଚାୟତ ଅନ୍ତର୍ଗତ ତୁରିବୁଡ଼ିଗ୍ରାମର ଏକ ଘରେ ହଠାତ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ ହୋଇଥିବା ସୂଚନା ମିଳିଛି। ଏଥିରେ ଅଜା ନାତି ପୋଡ଼ି ଆହତ ହୋଇଥିବା ଜଣାପଡିଛି। ଆଜି ସକାଳେ ତୁରୁବୁଡ଼ି ବସଷ୍ଟାଣ୍ଡ ନିକଟରେ ଥିବା ଦୁଖା ଗୌଡ଼ଙ୍କ ଘରରେ ହଠାତ ନିଆଁ ଲାଗି ଯାଇଥିଲା। ଏହି ସମୟରେ ଘର ଭିତରେ ଦୁଖା ଏବଂ ତାଙ୍କ ନାତି ସାଇ ରାମ ଥିଲେ। ତେବେ ହଠାତ ନିଆଁ ଲାଗି ଚାରିଆଡେ ବ୍ୟାପୀ ଯିବା ଫଳରେ ଉଭୟେ ଆହତ ହୋଇଥିଲେ। ଉଭୟେ ପ୍ରାଣ ବଞ୍ଚାଇବାକୁ ଘରୁ ବାହାରକୁ ଚାଲି ଆସିଥିଲେ। ତାଙ୍କ ଘରେ ନିଆଁ ଲାଗିଥିବା ଦେଖି ଗ୍ରାମବାସୀ ରୁଣ୍ଡ ହୋଇଥିଲେ। ଗ୍ରାମବାସୀମାନେ ମିଳିମିଶି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରିଥିଲେ ।

ଏହାପରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସଂପୂର୍ଣ୍ଣ ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲାଗିଯିବାରୁ ଘରେଥିବା ଲକ୍ଷାଧିକ ନଗଦ ଟଙ୍କା ସହିତ ଚାଉଳ, ରାସନ ସାମଗ୍ରୀ ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଥିବା ଜଣାପଡିଛି l ଦୁଇ ଆହତ ଅଜାନାତିଙ୍କୁ ଚିକିତ୍ସା ପାଇଁ ପାତ୍ରପୁର ଡାକ୍ତରଖାନାକୁ ନିଆଯାଇଥିଲା, ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ସେଠାରୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories