www.samajalive.in
Monday, December 8, 2025
20.1 C
Bhubaneswar

ମୁକ୍ତିଲାଭ କଲା ‘ଟୋଟାଲ ଧମାଲ’ର ପ୍ରଥମ ଗୀତ

ମୁମ୍ବଇ: ବହୁ ତାରକାଙ୍କୁ ନେଇ ନିର୍ମିତ ଚଳଚ୍ଚିତ୍ର ’ଟୋଟାଲ ଧମାଲ’ର ପ୍ରଥମ ଗୀତ ମଙ୍ଗଳବାର ମୁକ୍ତିଲାଭ କରିଛି। ଏହି ଗୀତର ନାମ ‘ପେସା ୟେ ପେସା’। ଅଜୟ ଦେବଗନ, ଅନିଲ କପୁର, ମାଧୁରୀ ଦୀକ୍ଷିତ୍, ରିତେଶ ଦେଶମୁଖ୍‍, ଅରଶଦ ୱାରସି, ଜାବେଦ ଜାଫରି, ସଞ୍ଜୟ ମିଶ୍ରା, ଜନି ଲିବର ଏବଂ ପିତୋବାସଙ୍କ ଭଳି କଳାକାର ଚଳଚ୍ଚିତ୍ରରରେ ଅଭିନୟ କରିଛନ୍ତି। ଏହି ଗୀତରେ ମାଧୁରୀ, ଅନୀଲ, ଅଜୟଙ୍କ ସହିତ ସମସ୍ତ ଦଳ ଫୁଲ ଧମାଲ କରିଛନ୍ତି। ଗୀତଟିରେ କଣ୍ଠଦାନ କରଇଛନ୍ତି ଦେବ ନେଗୀ, ଶୁଭ୍ରୋ ଗାଙ୍ଗୁଲି, ଅର୍ପିତା ଚକ୍ରବର୍ତ୍ତି। ଏହାର ଗୀତ ରଚନା କରିଛନ୍ତି କୁମ୍ବର ଗୁନେଜା। ଏହି ଗୀତରେ ନୃତ୍ୟ ନିର୍ଦେଶନା ଦେଇଛନ୍ତି ରଜ୍ଜୁ ବାର୍ଗସି। ଏହା ସୁବାଷ ଘାଇଙ୍କ ଅଶୀ ଦଶକର ଚଳଚ୍ଚିତ୍ର ‘କର୍ଜ’ର ରିମିକ୍ସ। ଏହାର ଅସଲି ଗୀତରେ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ସଂଗିତ ନିର୍ଦେଶନା ଦେଇଥିଲେ ଏବଂ ଏଥିରେ କଣ୍ଠଦାନ କରିଥିଲେ ଆନନ୍ଦ ବକ୍ସି।

courtesy-inkhabar

ଏହା ଏକ ହାସ୍ୟରସାତ୍ମକ ଚଳଚ୍ଚିତ୍ର। ଚଳଚ୍ଚିତ୍ରରେ ନିର୍ଦେଶନାର ଭାର ସମ୍ଭାଳିଛନ୍ତି ଇନ୍ଦ୍ର କୁମାର। ଏହା ଧମାଲର ତୃତୀୟ ଭାଗ। ଏହା ପୂର୍ବରୁ ମୁକ୍ତିଲାଭ କରିଥିବା ଧମାଲ ଏବଂ ଡବଲ ଧମାଲ ଚଳଚ୍ଚିତ୍ର ଯାହା ବକ୍ସଅଫିସରେ ଭଲ ବ୍ୟବସାୟ କରିଥିଲା। ଧମାଲର ତୃତୀୟ ଭାଗ ସହିତ ଚଳଚ୍ଚିତ୍ର ନିର୍ମାତା ନୂଆ କଳାକାରଙ୍କୁ ପ୍ରବେଶ କରାଇଛନ୍ତି। ପ୍ରଥମଥର ପାଇଁ ଧମାଲରେ ମାଧୁରୀ ଦୀକ୍ଷିତ୍, ଅନିଲ କପୁର, ଅଜୟ ଦେବଗନଙ୍କ ଭଳି ବଡ କଳାକାର ଅଭିନୟ କରିଛନ୍ତି। ଫେବୃଆରୀ ୨୨ରେ ମୁକ୍ତିଲାଭ କରିବ ଏହି ଚଳଚ୍ଚିତ୍ର।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories