ପୁରୀ : ଶ୍ରୀମନ୍ଦିରର ସୁଆର ମହାସୁଆର ନିଯୋଗ ବୈଠକରେ ମହାପ୍ରସାଦର ଦର ନିର୍ଦ୍ଧାରଣ ହୋଇଛି। ଆନନ୍ଦ ବଜାର ସଂସ୍କାର ନେଇ ବସିଥିବା ବୈଠକରେ ମହାପ୍ରସାଦ ଓ ଅବଢାର ଦର ନିର୍ଦ୍ଧାରଣ ନେଇ ଆଲୋଚନା କରାଯାଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ସହ ନିଯୋଗର ବୈଠକରେ ଆଲୋଚନା ପରେ ମହାପ୍ରସାଦର ଦର ନିର୍ଦ୍ଧାରଣ କରାଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ପରେ ନୂତନ ଦର ଲାଗୁ କରାଯିବ ବୋଲି ସୂଚନା ମିଳିଛି।
Popular Categories



