ବଲାଙ୍ଗୀର : ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ବିଜେପୁରର ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳିମାଡ କରାଯାଇଥିଲା। ଗୁଳିମାଡ କରି ବ୍ୟାଙ୍କରୁ ଲୁଟ ଉଦ୍ୟମ କରାଯାଇଥିଲା। ଏହାସହ ସଇଁତଳା ଥାନା ବିବିନା ମଦଭାଟିର ମ୍ୟାନେଜରଙ୍କୁ ମଧ୍ୟ ଗୁଳି କରି ୩ଲକ୍ଷ ଟଙ୍କା ଲୁଟ କରାଯାଇଥିଲା। ଏହି ଦୁଇଟି ମାମଲାରେ ସଂପୃକ୍ତ ୮ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ଦୁଇଟି ପିସ୍ତଲ, ମୋବାଇଲ ଫୋନ ଓ ନଗଦ ଟଙ୍କା ଜବତ କରାଯାଇଛି। ଏ ସମ୍ପର୍କରେ ସଇଁତଳା ଥାନା ପରିସରରେ ବଲାଙ୍ଗୀର ଜିଲା ଏସ୍ପି କେ ଶିବା ସୁବ୍ରମଣି ସୂଚନା ଦେଇଛନ୍ତି।
Popular Categories



