www.samajalive.in
Monday, December 8, 2025
27.1 C
Bhubaneswar

ମକର ସଂକ୍ରାନ୍ତିରେ ଅତ୍ୟନ୍ତ ଶୁଭ ସଂଯୋଗ ; ଏହି ୫ ରାଶିଙ୍କ ଭାଗ୍ୟ ଚମକାଇବେ ସୂର୍ଯ୍ୟ, ହେବ ଧନ ବର୍ଷା, ମିଳିବ ଚାକିରି, ସୁଖମୟ ଦାମ୍ପତ୍ୟ ଜୀବନ..

ଚଳିତ ବର୍ଷ ମକର ସଂକ୍ରାନ୍ତି ୧୪ ଜାନୁଆରୀରେ ପାଳନ କରାଯିବ। ଏହି ଦିନରୁ ମାଙ୍ଗଳିକ କାର୍ଯ୍ୟର ଆରମ୍ଭ ହୋଇଥାଏ। ଏହାସହ ମକର ସଂକ୍ରାନ୍ତିରୁ ସମସ୍ତ ଶୁଭ କାର୍ଯ୍ୟର ଆରମ୍ଭ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁସାରେ ଚଳିତ ବର୍ଷର ମକର ସଂକ୍ରାନ୍ତି ଖୁବ୍‌ ଖାସ୍‌ । କାରଣ ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବା ସହ ଏକ ଖାସ୍‌ ସଂଯୋଗ ହେବାକୁ ଯାଉଛି । କିଛି ରାଶି ବ୍ୟକ୍ତି ବିଶେଷ ଏହି ସଂକ୍ରାନ୍ତିରୁ ମାଲାମାଲ୍‌ ହେବେ..

ମେଷ – ମକର ସଂକ୍ରାନ୍ତି ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଖୁବ୍‌ ଖାସ୍‌। ଉନ୍ନତିର ମାର୍ଗ ଖୋଲିବ। ଆର୍ଥିକ ସ୍ଥିତିରେ ସକରାତ୍ମକ ପରିବର୍ତ୍ତନ ହେବ। କର୍ମକ୍ଷେତ୍ରରେ ଧନର ସ୍ଥିତି ଉତ୍ତମ ରହିବ। ସମସ୍ତ ଅଟକି ଥିବା କାମ ପୂରଣ ହେବ। ପରିବାର ସଦସ୍ୟଙ୍କ ସମର୍ଥନ ଓ ସହଯୋଗ ମିଳିବ।

- Advertisement -

ସିଂହ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ୟ ଖୁବ୍‌ ଖାସ୍‌ ମକର ସଂକ୍ରାନ୍ତି। ସୂର୍ଯ୍ୟଦେବଙ୍କ କୃପାରୁ ମାନ-ସମ୍ମାନ ବୃଦ୍ଧି ହେବ। ଚାକିରି କ୍ଷେତ୍ରରେ ପଦନ୍ନୋତିର ଯୋଗ ରହିଛି। ବୈବାହିକ ଜୀବନ ସୁଖମୟ ହେବ। ବ୍ୟବସାୟରେ ଖୁବ୍‌ ଉନ୍ନତି ହେବ। ଟଙ୍କା ନିବେଶ କରି ଲାଭବାନ୍‌ ହେବେ। ଧନର ଆଗମନ ହେବ। ମାନସିକ ଶାନ୍ତି ଓ ପ୍ରସନ୍ନତା ମିଳିବ।

ମକର ସଂକ୍ରାନ୍ତି: ବାସ୍‌ ଏହି ଜିନିଷ ଦାନ କଲେ, ମିଳିବ ସୂର୍ଯ୍ୟ-ଶନିଙ୍କ କୃପା, ବର୍ଷଯାକ ଧନ, ଗ୍ରହ ଦୋଷ, ରୋଗରୁ ମୁକ୍ତି..

ତୁଳା – ଜମି ସହ ଜଡିତ ମାମଲାରେ ଆର୍ଥିକ ଉନ୍ନତି ହେବ। ପରିବାରରେ ହସଖୁସିର ବାତାବରଣ ରହିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ନୂଆ ନୂଆ ସୁଯୋଗ ମିଳିବ। ବ୍ୟବସାୟରେ ଲାଭ ସହ ସ୍ୱାସ୍ଥ୍ୟ ଉତ୍ତମ ରହିବ।

ମକର – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ। ସୂର୍ଯ୍ୟଙ୍କ ଚଳନ ପରେ ଶୁଭ ସମୟର ଆରମ୍ଭ ହେବ । ଅଟକି ଥିବା କାମରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ଉତ୍ତମ ରହିବ। ନୂଆ କାମର ଆରମ୍ଭ କରି ପାରିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ।

କୁମ୍ଭ- ଆର୍ଥିକ ଉନ୍ନତି ହେବ। ନୂଆ ଯୋଜନା କରି ସଫଳତା ପାଇବେ। କର୍ମକ୍ଷେତ୍ରରେ ଶୁଭଫଳ ସହ ଧାର୍ମିକ କାର୍ଯ୍ୟରେ ସଫଳତା ମିଳିବ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories