www.samajalive.in
Monday, December 8, 2025
17.1 C
Bhubaneswar

ଚୀନରେ ନୂଆ ପ୍ରକାର ଭୂତାଣୁ-ହ୍ୟୁମ୍ୟାନ ମେଟାନ୍ୟୁମୋଭାଇରସ୍‌

ବେଜିଂ: କରୋନା ଭୂତାଣୁ ସଂକ୍ରମଣର ଉତ୍ପତ୍ତିସ୍ଥଳ ଚୀନରେ ଆଉ ଏକ ନୂଆ ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଛି। ନୂଆ ପ୍ରକାର ଭୂତାଣୁ ହେଉଛି ହ୍ୟୁମ୍ୟାନ ମେଟାନ୍ୟୁମୋଭାଇରସ୍‌ (ଏଚଏମପିଭି)। କରୋନା ଭୂତାଣୁ ସଂକ୍ରମଣର ୫ବର୍ଷ ପରେ ଚୀନରେ ଏହି ନୂଆ ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଛି। କରୋନା ଭଳି ଏଚଏମପିଭି ମଧ୍ୟ ଶ୍ବାସକ୍ରିୟାକୁ ସଂକ୍ରମିତ କରୁଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଭୂତାଣୁ ଦ୍ରୁତବେଗରେ ସଂକ୍ରମିତ ହେଉଛି। ଭୂତାଣୁ ସଂକ୍ରମଣକୁ ନେଇ ଡାକ୍ତରଖାନାଗୁଡିକରେ ଭିଡ ପରିଲକ୍ଷିତ ହୋଇଛି। ଏହା ସହିତ ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ମଧ୍ୟ ହେଲାଣି।

ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ଏପରି କି ଚୀନ ସରକାର ଏଥିପାଇଁ ଜରୁରୀପରିସ୍ଥିତି ଘୋଷଣା କରିଥିବା କେତେକ ସାମାଜିକ ଗଣମାଧ୍ୟମରେ କୁହାଯାଇଛି। କରୋନା ଭଳି ଏଚଏମପିଭି ଫ୍ଲୁ ଅନୁରୂପ ଲକ୍ଷଣ ପ୍ରକାଶ ପାଉଛି। ଚୀନର ରୋଗ ନିୟନ୍ତ୍ରଣ କର୍ତ୍ତୃପକ୍ଷ ଶୁକ୍ରବାର କହିଛନ୍ତି ଯେ ନୂଆ ସଂକ୍ରମଣ ନିୟନ୍ତ୍ରଣ ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଚିହ୍ନଟ କରାଯାଇଛି।

- Advertisement -

ଏପରିକି ବିଭିନ୍ନ ରାଜ୍ୟ ସୀମାକୁ ବନ୍ଦ କରାଯାଇଛି। ପରୀକ୍ଷାଗାରକୁ ପରୀକ୍ଷା ପାଇଁ ଆସୁଥିବା ନମୁନାର ରିପୋର୍ଟ ସରକାରଙ୍କୁ ଜଣାଇବାକୁ କୁହାଯାଇଛି। ତଥ୍ୟ ଅନୁଯାୟୀ ଡିସେମ୍ବର ୧୬ରୁ ୨୨ ତାରିଖ ମଧ୍ୟରେ ଏହି ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories