www.samajalive.in
Tuesday, December 9, 2025
16.1 C
Bhubaneswar

ଗୋପାଳପୁର ସମୁଦ୍ରରେ ବୁଡ଼ି ନାବାଳକ ମୃତ୍ୟୁ 

ଗୋପାଳପୁର :  ଗୋପାଳପୁର ସମୁଦ୍ରରେ ଆଜି  ସମୁଦ୍ରରେ ଗାଧୋଉ ଥିବା ବେଳେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ନାବାଳକ ଜଣକ ହେଲେ ଦିଗପହଣ୍ଡି ଗଣିଆନାଳର ରାଜେଶ ଶତପଥୀ ଓରଫ ରାଜା ବୟସ ୧୪ ବୋଲି ଜଣାପଡିଛି। ସୂଚନା ପ୍ରକାରେ ଆଜି ଦିନ ପ୍ରାୟ ୧୧ଟା ସମୟରେ ମୃତ ରାଜେଶ ସହ ବଡ଼ ଭାଇ ଓ ଭଉଣୀ ଏବଂ ପିଉସୀ ପୁଅ ଭାଇ ମିଶି ଗୋପାଳପୁର ସମୁଦ୍ରକୁ ବୁଲିବାକୁ ଆସିଥିଲେ। ଫାଣ୍ଡି ନିକଟରେ ଥିବା ବେଳାଭୂମି ନିକଟରେ ତିନି ଭାଇ ମିଶି ଗାଧୋଉ ଥିଲେ। ଗାଧୋଉ ଥିବା ବଡ଼ ଭାଇ ଓ ପିଉସି ପୁଅ ଭାଇ କୂଳକୁ ଆସି ଯାଇଥିବା ବେଳେ କୌଣସି କାରଣରୁ ରାଜେଶର ଗୋଡ଼ ଖସି ଯିବାରୁ ପାଣି ଭିତରକୁ ଚାଲି ଯାଇଥିଲେ।
ନିୟୋଜିତ ଥିବା ଲାଇଫଗାର୍ଡ ଓ ମତ୍ସଜୀବି ରାଜେଶକୁ ଉଦ୍ଧାର କରି କୂଳକୁ ଆଣି ପ୍ରାଥମିକ ଚିକିତ୍ସା କରାଇଥିଲେ । ପରେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ l କିନ୍ତୁ ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ଏକ ଅଟୋରେ ବ୍ରହ୍ମପୁର ବଡ଼ ମେଡିକାଲ ନେଇଥିଲେ । ସେଠାରେ ଡାକ୍ତର ରାଜେଶକୁ ମୃତ୍ୟୁ ଘୋଷଣା କରିଥିବା ନେଇ ମାମୁଁ ଗୋପାଳପୁର ଥାନାରେ ଲିଖିତ ଲିଖିତ ଭାବେ ଜଣାଇଥିଲେ । ପୁଲିସ କେସ ନମ୍ବର ୨୬/୨୪ ମାମଲା ରୁଜୁ ମେଡିକାଲ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁ ରାଜେଶ ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ନବମ ଶ୍ରେଣୀ ଛାତ୍ର ବୋଲି ଜଣାପଡ଼ିଛି l

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories