www.samajalive.in
Monday, December 8, 2025
27.1 C
Bhubaneswar

ସାହାରପଡାରେ କଣ୍ଢେଇ ତିଆରି ପ୍ରଶିକ୍ଷଣ ଶିବିର 

ପାଟଣା : ସାହାରପଡା ବ୍ଲକ ମିଶନ ଶକ୍ତି ଗୃହରେ ୧୩ ଦିନିଆ ନରମ କଣ୍ଢେଇ ତିଆରି ତାଲିମ ଶିବିର ଉଦଯାପିତ ହୋଇଛି । ବ୍ୟାଙ୍କ ଅଫ ଇଣ୍ଡିଆ ଗ୍ରାମୀଣ ସ୍ୱରୋଜଗାର ପ୍ରଶିକ୍ଷଣ ସଂସ୍ଥା କେନ୍ଦୁଝର ତରଫରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୩୫ ଜଣ ମହିଳା ୨୦ ପ୍ରକାର କଣ୍ଢେଇ ତିଆରି ତାଲିମ ନେଇଛନ୍ତି । ପ୍ରଶିକ୍ଷକ ଶିଳ୍ପା ସିଲ କଣ୍ଢେଇ ତିଆରି ତାଲିମ ପ୍ରଦାନ କରିଥିବାବେଳେ ବ୍ଲକର ୨୦ଟି ପଂଚାୟତର ମହିଳା ଅଂଶ ଗ୍ରହଣ କରିଥିଲେ । ନିର୍ଦେଶକ ହରେ କୃଷ୍ଣ ମହାନ୍ତଙ୍କ ତତ୍ୱାବଧାନରେ ତାଲିମ ସୁଚାରୁ ରୂପେ ସମ୍ପାଦନ ହୋଇଥିଲା । ଅନ୍ତିମ ଦିବସରେ ସାହାରପଡା ବ୍ଲକ ବିଡ଼ିଓ ରଣଜିତ କୁମାର ମହାନ୍ତ ଯୋଗ ଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିବା ସହ ଉକ୍ତ ତାଲିମ ଦ୍ୱାରା ମହିଳାମାନେ ସ୍ୱାବଲମ୍ବୀ ହୋଇ ପାରିବେ ବୋଲି ପ୍ରକାଶ କରିଥିଲେ l ସିଡିପିଓ ଦିପ୍ତିମୟୀ ନାୟକ ଉପସ୍ଥିତ ରହି ମହିଳାମାନେ ଘରେ ରହି ଘର କାମ ସହ କଣ୍ଢେଇ ତିଆରି କରି ବିକ୍ରି କଲେ ନିଜେ ରୋଜଗାର କ୍ଷମ ହେବା ସହ ପରିବାରକୁ ଆଗକୁ ନେବାକୁ ସହାୟକ ହୋଇ ପାରିବେ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ବିପିଏସିଏ ଦୀପାଞ୍ଜଳି ରାଉତ ଓ ବିପିସି ପ୍ରିୟ ରଞ୍ଜନ ଟୁଡୁ ଉପସ୍ଥିତ ଥିଲେ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories