www.samajalive.in
Monday, December 8, 2025
20.1 C
Bhubaneswar

ଆରଡିପୀଠରେ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ଯାରିକେଡ, ନଦୀଘାଟର ଉଭୟ ପାର୍ଶ୍ବରେ କଡା ସୁରକ୍ଷା ବ୍ଯବସ୍ଥା

ଆରଡି: ଇଂରାଜୀ ନୂଆବର୍ଷର ପ୍ରଥମ ଦିନରେ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ରାଜ୍ଯ ଓ ରାଜ୍ଯ ବାହାରୁ ହଜାରହଜାର ଭକ୍ତଙ୍କ ସମାଗମ ହେବ। ପୀଠରେ ଆଗନ୍ତୁକ ଭକ୍ତମାନଙ୍କର ଭିଡକୁ ଦୃଷ୍ଟି ରଖି ଶୃଙ୍ଖଳିତ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଭଦ୍ରକ ଜିଲା ପ୍ରଶାସନ ଓ ସେବାୟତଙ୍କ ମିଳିତ ଭାବେ ପ୍ରସ୍ତୁତି ବୈଠକ ଗୁରୁବାର ମନ୍ଦିର କାର୍ଯ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଛି ।

ଉକ୍ତ ବୈଠକରେ ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ସୌରଭ ଚକ୍ରବର୍ତ୍ତୀଙ୍କ ଅଧ୍ଯକ୍ଷତାରେ ଚାନ୍ଦବାଲି ତହସିଲିଦାର ଭବତୋଷ ମଲିକ, ଆରଡି ଆରଆଇ ଦେବାଶିଷ ରାୟ, ଆରଡି ଫାଣ୍ଡି ଅଧିକାରୀ ଆର କେ ମହାନ୍ତି, ଧୁଷୁରୀ ପୁଲିସ, ଜିଲା ଜଳପରିମଳ ବିଭାଗର କନିଷ୍ଠଯନ୍ତ୍ରୀ, ମନ୍ଦିର କାର୍ଯ୍ଯନିର୍ବାହୀ ଅଧିକାରୀ ବିଦ୍ଯାଧର ପଲାଇ, ଟ୍ରଷ୍ଟବୋର୍ଡ ସଭ୍ଯ ସରୋଜ ଦାସଙ୍କ ସହ ମନ୍ଦିରର ବରିଷ୍ଠ ସେବାୟତ ଉପସ୍ଥିତ ଥିଲେ। ବିଶେଷକରି ଭକ୍ତମାନଙ୍କର ଧାଡି ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ଯାରିକେଡ ବ୍ଯବସ୍ଥା କରାଯିବା ସହିତ ପୀଠରେ ଟ୍ରାଫିକ ବ୍ଯବସ୍ଥା ଓ ଗାଡି ପାର୍କିଂ ପାଇଁ ମୃତ୍ଯୟନ ରହିବେ ସ୍ବତନ୍ତ୍ର ପୋଲିସ। ସେହିପରି ମନ୍ଦିର ଭିତରେ ଓ ବାହାରେ ତିନିଥାକିଆ ସୁରକ୍ଷା ବ୍ଯବସ୍ଥା କରାଯିବା ସହ ଭକ୍ତଙ୍କ ଗହଳି ଉପରେ ନଜର ରଖିବ ସିସିଟିଭି କ୍ଯାମେରା।

- Advertisement -

ଜଳପଥରେ ଆସୁଥିବା ଭକ୍ତମାନେ ଯେପରି ଭାବେ ଶୃଙ୍ଖଳିତ ଭାବେ ନଦୀପାର ହେବେ ସେଥିପାଇଁ ନଦୀଘାଟର ଉଭୟ ପାର୍ଶ୍ବରେ କଡା ସୁରକ୍ଷା ବ୍ଯବସ୍ଥା ସହ ଡଙ୍ଗାରେ ଲାଇଫ ଜାକେଟ ଓ ଟ୍ୟୁବ ରଖାଯିବା ପାଇଁ ଆଲୋଚନା ହୋଇଥିଲା। ପୀଠରେ ପାନୀୟଜଳ ଓ ପରିମଳ ପାଇଁ ଜିଲା ଜଳ ପରିମଳ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ଯବସ୍ଥା କରାଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା। ପରେ ଉପଜିଲାପାଳଙ୍କ ସହ ସମସ୍ତ ଅଧିକାରୀ ଗାଡିପାର୍କିଂ ସ୍ଥଳ ବୁଲି ଦେଖିବା ସହ ଅସ୍ଥାୟୀ ବ୍ଯାରିକେଡ ନିର୍ମାଣ ସ୍ଥଳ ବୁଲି ଦେଖିଥିଲେ।

ଏପରିକି ନୂଆବର୍ଷରେ ପୀଠକୁ ଆସୁଥିବା ଶ୍ରଦ୍ଧାଳୁଭକ୍ତ ଯେପରି ଭାବେ ଶୃଙ୍ଖଳିତ ଭାବେ ମଣିବାବାଙ୍କୁ ଦର୍ଶନ କରି ଫେରିବେ ସେଥିପାଇଁ ସମସ୍ତେ ସହଯୋଗ କରିବାକୁ କହିଥିଲେ ଉପଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories