ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଥାନା ଅଞ୍ଚଳର କଣ୍ଟିଆପଡା ଗାଁରେ ପୋଖରୀରେ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି ଗଳିତ ସଦ୍ୟଜାତ ଶିଶୁକନ୍ୟାର ମୃତଦେହ। କଣ୍ଟିଆପଡା ଗ୍ରାମର କୁବେର ନାଏକଙ୍କ ଘର ନିକଟ ଏକ ପୋଖରୀରେ ଶିଶୁ କନ୍ୟାର ଶବ ଭାସୁଥିବା ଖବର ପାଇବା ପରେ ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ଏସଆଇ ସୁରେଶ କୁମାର ସାହୁ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଗଳିତ ଶବକୁ ଉଦ୍ଧାର କରିଥିଲେ। ଏନେଇ ତୁରୁମୁଙ୍ଗା ଥାନାରେ ୩୯/୨୦୨୪ ମୂଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ମାଜଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଛି। ତେବେ ଏହି ଗଳିତ ଶିଶୁ କନ୍ୟା କାହାର ଓ ପୋଖରୀରେ କିଏ ଫିଙ୍ଗିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ଏସମ୍ପର୍କରେ ଖୋଳତାଡ଼ କରୁଛି ।
Popular Categories



